Advertisement

ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

ନୟାଗଡ଼ ଅଫିସ,୨୨।୯: ନୟାଗଡ଼ ଜିଲା ଗଣିଆ ଥାନାର ରାସଙ୍ଗ ଜଙ୍ଗଲରେ ଗୁରୁବାର ଜଣେ ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାସଙ୍ଗ ଗ୍ରାମର ରଜତ କୁମାର ରାଉତ(୨୬)। ତେବେ ରାଜତଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣାପଡିନାହିଁ। ଏହି ଘଟଣାକୁ ନେଇ ରାସଙ୍ଗ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଖବରପାଇ ଗଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରଜତ ଜଙ୍ଗଲକୁ କାହିଁକି ଯାଇଥିଲେ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ଏକ ବନ୍ଧୁକ ଜବତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share