ଚାଷ ଜମିକୁ ଓଲଟି ପଡିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ହାଟଡିହୀ,୩୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଶଢା କେନାଲ ନିକଟରେ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଟ୍ରାକ୍ଟର ଓଲଟି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି l ସେ ହେଉଛନ୍ତି ଢେଙ୍କା ପଞ୍ଚାୟତ ମୋଟରାଗଡିଆ ଗ୍ରାମର ବିଜୟ କୁମାର ନାୟକ(୪୮ବର୍ଷ)l ସୂଚନାନୁସାରେ, ବିଜୟ ନିଜ ପୁତୁରା କ୍ଷୀରୋଦଙ୍କ ସହ ଟ୍ରାକ୍ଟରରେ ପାଣି ଟାଙ୍କି ନେଇ ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ କାମ କରୁଥିବା ଏକ ଠିକା କମ୍ପାନୀକୁ ଦେବାକୁ ଯାଇଥିଲେ l ଫେରୁଥିବା ବେଳେ ଶଢା କେନାଲ ନିକଟରୁ ଶଢା ଛକକୁ ଯାଉଥିଲେl ଗଡ଼ାଣିଆ ରାସ୍ତା ଥିବାରୁ ଟ୍ରାକ୍ଟରଟି ଏକ ଚାଷ ଜମିକୁ ଓଲଟି ପଡିଥିଲା l ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଉଭୟ ରହିଥିଲେ l ଜୀବନ ବଞ୍ଚାଇବା ଭୟରେ ଉଭୟ ଚିତ୍କାର କରିଥିଲେl ସ୍ଥାନୀୟ ଲୋକ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ l ହାଟଡିହୀ ଅଗ୍ନିଶମ ବିଭାଗ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲ ନେଇଥିଲେ l ଟ୍ରାକ୍ଟର ଡ୍ରାଇଭର ବିଜୟଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ପୁତୁରା କ୍ଷୀରୋଦ ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର କରିଛନ୍ତି l