Categories: ଜାତୀୟ

ଟ୍ରାକ୍ଟର ରାଲି ହିଂସା: ହସ୍ତକ୍ଷେପ କରିବେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧ କରି ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକର ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଆଇନ ନିଜ କାମ କରିବ ବୋଲି ଏହି ମାମଲାର ଶୁଣାଣି ସମୟରେ ବୁଧବାର କୋର୍ଟ ପକ୍ଷରୁ କୁହାଯାଇଛିି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି ଯେ, ସରକାର ଏହି ମାମଲା ଅନୁଧ୍ୟାନ କରୁଛନ୍ତି। ସୂଚନାଯୋଗ୍ୟ, ହିଂସା ମାମଲାରେ ସୁପ୍ରିମକୋର୍ଟରେ ୫ ମାମଲା ଦାଖଲ କରାଯାଇଥିଲା।

Share