Categories: ଜାତୀୟ

ଟ୍ରାକ୍ଟର ରୁଟ୍‌ ଉଲ୍ଲଂଘନ ଅଭିଯୋଗ: ୨ ଚାଷୀ ନେତା ନିଲମ୍ବିତ

ନୂଆଦିଲ୍ଲୀ, ୭।୨: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରାଯାଇଥିଲା। ତେବେ ରାଲି ସମୟରେ ଧାର୍ଯ୍ୟ କରାଯାଇଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ବଦଳରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଟ୍ରାକ୍ଟର ରାଲିର ରୁଟ୍‌ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇ ୨ ଚାଷୀ ନେତାଙ୍କୁ ନିଲମ୍ବିତ କରାଯାଇଛି। ରୁଟ୍‌ ଉଲ୍ଲଂଘନ କରିଥିବାରୁ ଆଜାଦ୍‌ କିଷାନ ସମିତିର ଅଧ୍ୟକ୍ଷ ହରପାଲ ସାଙ୍ଘା ଏବଂ ଭାରତୀୟ କିଷାନ ୟୁନିଅନର ସୁରଜିତ୍‌ ସିଂ ଫୁଲ୍‌ଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଘଟଣାର ତଦନ୍ତ ପାଇଁ ମିଳିତ କିଷାନ ମୋର୍ଚ୍ଚାର ଉଚ୍ଚ କର୍ତ୍ତୃପକ୍ଷ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି।

Share