Categories: ଜାତୀୟ

ଟ୍ରାକ୍ଟର ଟ୍ରଲି ଓଲଟି ୩ ମୃତ, ୨୦ ଆହତ, ୧୨ ଗୁରୁତର

ଦାତିୟା,୮ ।୧୧: ମଧ୍ୟ ପ୍ରଦେଶର ଦାତିୟା ଜିଲାରେ ସୋମବାର ରାତିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ସିନ୍ଧ ନଦୀ ଉପରେ ନିର୍ମାଣ କରାଯାଇଥିବା ପୋଲ ଉପରେ ସୋମବାର ରାତିରେ ଏକ ଟ୍ରାକ୍ଟର ଟ୍ରଲି ଓଲଟି ପଡିଛି । ଏଥିରେ ଟ୍ରାକ୍ଟରରେ ଥିବା ୨ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୨୦ ଜଣ ଆହତ ହୋଇଥିବା ବେଳେ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଇଛି ।
ପୋଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୀଡିତମାନେ ଭିଣ୍ଡ ଜିଲାର ଦବୋହ ଥାନା ଅଞ୍ଚଳର ଜାଖୋଲି ବିଣ୍ଡୱା ଗ୍ରାମର ବାସିନ୍ଦା । ଏମାନେ ସମସ୍ତେ ରତନଗଡ଼ର ମାତାଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି ।

Share