ରୁଷିଆ ଆଫ୍ରିକା ମଧ୍ୟରେ ବାଣିଜ୍ୟ ୧୮ ବିଲିୟନ ଡ଼ଲାର ଅତିକ୍ରମ କରିଛି: ପୁଟିନ୍‌

ମସ୍କୋ,୨୮।୭: ଚାଲିଥିବା ରୁଷିଆ-ୟୁକ୍ରେନ୍‌ ବିବାଦ କାରଣରୁ ବୈଶିକ ସ୍ଥରରେ ବିଚ୍ଛିନ୍ନ ହୋଇଥିବା ରୁଷିଆ ଆଫ୍ରିକୀୟ ରାଷ୍ଟ୍ର ସମ୍ମିଳନୀରେ ରୁଷିଆ-ଆଫ୍ରିକା ସମ୍ପର୍କ ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର କହିଛନ୍ତି, ୨୦୨୨ରେ ରୁଷିଆ ଏବଂ ଆଫ୍ରିକା ମଧ୍ୟରେ ବାଣିଜ୍ୟ ୧୮ବିଲିୟନ ଡ଼ଲାରରେ ପହଞ୍ଚିଛି। ସେ କହିଛନ୍ତି, ୨୦୨୨ର ପ୍ରଥମ ଛଅ ମାସରେ ଆଫ୍ରିକୀୟ ଦେଶମାନଙ୍କ ସହିତ ବାଣିଜ୍ୟ ୩୫ ପ୍ରତିଶତ ବୃଦ୍ଧି ପାଇଛି। ଆଫ୍ରିକୀୟ ୟୁନିଅନ ତଥା କେମୋରସ ୟୁନିଅନର ଚେୟାରମ୍ୟାନ ଅଜାଲି ଅସୋମାନି ଏବଂ ଆଫ୍ରିକୀୟ ୟୁନିଅନ ଆୟୋଗର ଚେୟାରମ୍ୟାନ ମୂସା ଫାକି ମହାମତଙ୍କ ସହ ରୁଷିଆର ରାଷ୍ଟ୍ରପତି ପୁଟିନ୍‌ ଗୁରୁବାର ଏକ ତ୍ରିପାକ୍ଷିକ ବୈଠକ କରିଛନ୍ତି। ରୁଷିଆର ରାଷ୍ଟ୍ରପତି କହିଛନ୍ତି, ରୁଷିଆ ଆଫ୍ରିକା ପାଇଁ ଏକ ବିଶ୍ୱନୀୟ ଖାଦ୍ୟ ଯୋଗାଣକାରୀ ହୋଇ ରହିଛି।

ପୁଟିନ୍‌ କହିଛନ୍ତି, ୨୦୨୨ରେ ରୁଷିଆର ଖାଦ୍ୟ ରପ୍ତାନି ୪.୭ ବିଲିୟନ ଡ଼ଲାର। ଆଫ୍ରିକାରେ ଅନେକ ବୃହତ ରୁଷିଆ କମ୍ପାନୀ ସଫଳତାର ସହିତ କାର୍ଯ୍ୟ କରୁଛନ୍ତି। ଆମର ସହଯୋଗର ପ୍ରମୁଖ କ୍ଷେତ୍ରଗୁଡିକ ହେଉଛି ଶକ୍ତି, ଭୂତଳ ପ୍ରବେଶ ଏବଂ କୃଷି । ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ପାଇଁ ଭଲ ସୁଯୋଗ ଅଛି।

Share