Advertisement

ସିମନବାଡି ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ବଢୁଛି ଚୋରି। ସୋମବାର ବିଳମ୍ବିତ ରାତିରେ ସିମନବାଡିର ବ୍ୟବସାୟୀ ବିଭୁତିଭୂଷଣ ସାହୁଙ୍କ ଗୋଦାମରୁ ଏକାଧିକ ହଳଦୀ ବସ୍ତା ଚୋରିଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବିଭୁତି ଆଶଙ୍କା କରିଛନ୍ତି।

ପ୍ରକାଶ ଯେ, ବ୍ୟାଙ୍କ ପଡିଶାରେ ବିଭୁତି ଏକ ଘର ଭଡାସୁତ୍ରରେ ନେଇ ଗୋଦାମ କରିଛନ୍ତି। ସେ ପ୍ରତିଦିନ ଭଳି ନିଜ ରାସନ ଦୋକାନ ଓ ଗୋଦାମ ବନ୍ଦ କରି ରହୁଥିବା ଘରକୁ ଯାଇଥିଲେ ସକାଳୁ ଉଠି ଦୋକାନ ଖୋଲିଥିଲେ ଓ ଗୋଦାମକୁ ଯିବା ସମୟରେ ସେ ଦେଖିଲେ ତାଙ୍କ ଗୋଦାମର କବାଟକୁ ତାଡି ଦିଆଯାଇଛି। ସେ ଭିତରକୁ ଯାଇ ଦେଖିଲେ ଗୋଦାମରେ ହଳଦୀ ବସ୍ତା ଗୁଡିକ ନାହିଁ ସେ ଏନେଇ ଥାନା ରେ ଅଭିଯୋଗ କରିନାହାନ୍ତି କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସିମନବାଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବା ସହ ରାତି ତମାମ ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚାଲୁଛି। ପଡୋଶୀ କିରିକୁଟି, ସିମନବାଡି ଆଦି ଅଞ୍ଚକରେ ଜୁଆ ଖେଳ ସହ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇଛି। ପୋଲିସର ପାଟ୍ରୋଲିଂ କରିବା ସହ ସିମନବାଡି ଅଞ୍ଚଳରେ ବିଗିଡିଯାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ସୁଦ୍ଧାର ଆଣିବାକୁ ଅଞ୍ଚଳବାସୀ ଜିଲା ପୋଲିସ ପ୍ରଶାସନ ଓ ସ୍ଥାନୀୟ ପୋଲିସକୁ ନିବେଦନ କରିଛନ୍ତି। ୨ ଦିନ ତଳେ ସିମନବାଡିର ଶୁକଦେବ ପ୍ରଧାନଙ୍କ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ହୋଇଥିବାବେଳେ ଏହି ସପ୍ତାହର ଏହା ଦିତୀୟ ଘଟଣା ବୋଲି ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share