Advertisement

ଅସଲି ବ୍ରାଣ୍ଡ୍‌ର ଛାପା ବ୍ୟବହାର କରି ବିକୁଥିଲେ ନକଲୀ ଲୁହାଛଡ଼, ବ୍ୟବସାୟୀଙ୍କୁ ବାନ୍ଧିଲା…

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ଏକ ଅସଲି କମ୍ପାନୀର ବ୍ରାଣ୍ଡ୍‌ ଛାପା ବ୍ୟବହାର କରି ନକଲୀ ଲୁହାଛଡ଼ ବିକ୍ରି କରୁଥିବା ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ସହରର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ଜଣକ ସ୍ଥାନୀୟ ବାବା ଷ୍ଟିଲର ମାଲିକ ରାମ ଅବତାର ଅଗ୍ରୱାଲ ବୋଲି ଜଣାପଡ଼ିଛି। ତାଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ଗିରଫ ବ୍ୟବସାୟୀ, ଜିନ୍ଦଲ କମ୍ପାନୀର ବ୍ରାଣ୍ଡ୍‌ ନାମରେ ନକଲୀ ଲୁହାରଡ଼ ବିକ୍ରି କରି ଆସୁଥିଲେ। ଖବର ପାଇ ଉକ୍ତ କମ୍ପାନୀର କର୍ମଚାରୀମାନେ ବରଗଡ଼ ଟାଉନ ଥାନାକୁ ଆସି ଏତଲା ଦେଇଥିଲେ। ଏତଲା ପାଇବା ପରେ ପୋଲିସ ତନାଘନା ଚଲାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଦୋକାନୀଙ୍କ ଦୋକାନ ଏବଂ ଗୋଦାମଙ୍କୁ ସିଲ୍‌ କରିବା ସହିତ ଦୋକାନ ମାଲିକଙ୍କୁ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share