ବନବାସୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ସମାଧାନ କରିବାକୁ ଦାବି

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଶାସନିକ ଅବହେଳା କାରଣରୁ କେନ୍ଦୁଝର ଜିଲାର ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ବଣପାହାଡ଼ ଘେରା ତଥା ଦୁର୍ଗମ ଅଞ୍ଚଳରୁ ଅନେକ ବନବାସୀ ସେମାନଙ୍କ ଉପତ୍ାଦିତ ବା ସଂଗୃହିତ ବନଜାତ ଦ୍ରବ୍ୟ ଯଥା ଦାନ୍ତକାଠି, ପତ୍ର, ଫଳମୂଳ, ପନିପରିବା, ଔଷଧୀୟ ଜଡିବୁଟି ଆଦି ଆଣି କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ବସି ବିକ୍ରି କରିଥାନ୍ତି।

ବିକ୍ରିବଟା କରିବା ପରେ ପଇସା ସହିତ ତେଲ ଲୁଣ, ଲୁଗାପଟା ଆଦି ସାମଗ୍ରୀ କିଣି ଘରକୁ ଫେରନ୍ତି। କେହି କେହି ସପ୍ତାହରେ ରବିବାର ଅର୍ଥାତ ସାପ୍ତାହିକ ହାଟ ଦିନରେ ଆସିଥାନ୍ତି ତ କେହି ୨/୩ ଦିନରେ ଥରେ ଆସିଥାନ୍ତି। କେହି ଏକୁଟିଆ ଆସିଥାନ୍ତି ତ କେହି ଦଳ ଦଳ ହୋଇ ଆସିଥାନ୍ତି। ଏଭଳି ସବୁଦିନିଆ ଘଟଣା ଦେଖିବାକୁ ମିଳିଥାଏ। ଏହି ବନବାସୀମାନେ ବିଶେଷ କରି ବସ୍‌, ଜିପ୍‌ ତଥା ଅଟୋରେ ଭଡ଼ା ଦେଇ ଆସିଥାନ୍ତି। ପାହାଡ଼ିଆ ସାମଗ୍ରୀ ପ୍ରାକୃତିକ ପରିବେଶରେ ହେଉଥିବାରୁ ଏବଂ ବିନା ସାରରେ ହେଉଥିବାରୁ ଏହାର ଚାହିଦା ଅଧିକ ଥାଏ। ସକାଳ ହେଲେ ଅନେକ ଲୋକ ଅପେକ୍ଷା କରିଥାନ୍ତି ଏହି ବନଜାତ ଦ୍ରବ୍ୟ କିଣି ଘରକୁ ନେଇଥାନ୍ତି। କିନ୍ତୁ ଅନେକ ସମୟରେ ବନବାସୀମାନେ ବେପାରୀଙ୍କ ଦ୍ୱାରା ଠକାମିର ଶୀକାର ହୋଇଥାନ୍ତି।

ଖାଉଟିମାନେ ମଧ୍ୟ ସେହି ସାମଗ୍ରୀକୁ ବେପାରୀଙ୍କଠାରୁ ଅଧିକ ଦାମ୍‌ରେ କିଣି କ୍ଷତିଗ୍ରସ୍ତ ହୋଇଥାନ୍ତି। ଏଣୁ ଅନେକ ସମୟରେ ବନବାସୀ-ବେପାରୀ ଏବଂ ଖାଉଟି-ବେପାରୀଙ୍କ ମଧ୍ୟରେ ବିବାଦ ଉପୁଜିଥାଏ। ଆଦିବାସୀଙ୍କୁ ବେପାରୀଙ୍କ ଶୋଷଣରୁ ମୁକ୍ତ କରିବା ପାଇଁ ପ୍ରଶାସନ କାୈଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏହା ବୃଦ୍ଧି ପାଇବାରେ ଲାଗୁଛି। ଏଣୁ ଏହାକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ପ୍ରଶାସନଠାରେ ଦାବି କରିଛନ୍ତି। ବନବାସୀମାନେ ସହରରେ ବସି ସାମଗ୍ରୀ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ବିଶ୍ରାମ ଓ ପାନୀୟ ଜଳ ସୁବିଧା କରିବା, ସେମାନେ ସାଙ୍ଗରେ ଧରି ଆସୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ କ୍ରେଚ ବ୍ୟବସ୍ଥା କରାଯାଇପାରିଲେ ସେମାନେ ଉପକୃତ ହେବା ସହ ଶୋଷଣରୁ ମୁକ୍ତ ହୋଇ ପାରିବେ ବୋଲି ଶୁଆକାଟି ପାଟେଶ୍ୱର +୨ କଲେଜର ଅଧ୍ୟକ୍ଷ ରାମାକାନ୍ତ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା: ପାରିବାରିକ କଳହର କରୁଣ ପରିଣତି

କେନ୍ଦୁଝର,୨୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହକୁ ନେଇ ଜଣେ ୩...

ପଞ୍ଚାୟତ ସମିତି ସଭା ଗୃହ ନିର୍ମାଣରେ ଅନିୟମିତତା: ବିନା ସୂଚନା ଫଳକର ବିଡ଼ିଓଙ୍କ ଆଖି ସାମ୍ନାରେ ସରକାରୀ ନିୟମ ଉଲଘଂନ

ଥୁଆମୂଳ ରାମପୁର,୨୮।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି।...

ଜାତିଆଣ ମନୋଭାବ ପାଇଁ ଉତ୍କଟ ପାନୀୟଜଳ ସମସ୍ୟା: ଶୋଷ ମେଣ୍ଟାଉଛି ଝରଣାପାଣି

ଥୁଆମୂଳ ରାମପୁର,୨୮।୧(ଦୁର୍ଗା କୀର୍ତ୍ତି): ରାଜ୍ଯ ସରକାରଙ୍କ ପଞ୍ଚାୟତରାଜ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜନସାଧରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ କୋଟି କୋଟି...

କୋଟି କୋଟି ଟଙ୍କାର ରତ୍ନପଥର, ରାତି ଅନିଦ୍ରା ହୋଇ ଲୋକେ…

ବଘିଆପଡା,୨୮।୧( ଶ୍ରୀକାନ୍ତ ସାହୁ): ମହାନଦୀରୁ ରତ୍ନପଥର ସଂଗ୍ରହ ନେଇ ୧୯୮୦ ମସିହା ପରେ ବୌଦ୍ଧ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ପ୍ରାୟ ୨୦୦୦...

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ: ପ୍ରଥମ ଦିନରେ ୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮।୧: ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନତା ମଇଦାନଠାରେ ଓଡ଼ିଶାରେ...

୩ଟି ଚୋରି ଘଟଣାରେ ୨ଭାଇ ଗିରଫ

ଦିଗପହଣ୍ଡି,୨୮|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ  ୩ ଟି ଚୋରି ଘଟଣାରେ ଦୁଇ ଭାଇ ଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି...

ସୁଧୁରୁନି ଟ୍ରାଫିକ ସମସ୍ୟା କି ଉଠା ଦୋକାନୀଙ୍କୁ କରାଯାଉନି ଥଇଥାନ , ଶବ୍ଦ ପ୍ରଦ୍ୟୁଷଣ ରେ କାନ ଫାଟୁଛି

ଦାରିଙ୍ଗବାଡି, ୨୮ /୧ (ଅରୁଣ ସାହୁ)- ଓଡିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ର ଟ୍ରାଫିକ ସମସ୍ୟା ସୁଧୁରୁନି ସେହିପରି ୫୯ ନଂ...

ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ବ୍ରାହ୍ମଣୀଗାଁ ୨୮\୧(ମନୋରଞ୍ଜନ ରଣା): ଆଜି ଋଷୀମାଳ ମହାବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri