ଲକ୍‌ଡାଉନ୍‌ର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ, ଚଢ଼ା ଦରରେ ବିକ୍ରି କରୁଛନ୍ତି ସାମଗ୍ରୀ

ଗଞ୍ଜାମ,୭।୫(ଡି.ଏନ୍‌.ଏ.): କରୋନା ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ମେ’ ୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର। ଏହି ଲକ୍‌ଡାଉନର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ। ନିତ୍ୟ ଅପରିହାର୍ଯ୍ୟ ସାମଗ୍ରୀକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି l ବିଶେଷକରି ଆଳୁ ପିଆଜ ଦର ମନ ଇଚ୍ଛା ବିକ୍ରି କରୁଥିଲେ। ପ୍ରଶାସନ ଜାଣିବା ପରେ ଆଳୁ ପିଆଜ ସୁଲଭ ଦରରେ ବିକ୍ରି ପାଇଁ ପଦକ୍ଷେପ ଗ୍ରହଣ କରିଛି। ତେବେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା l

Share