Advertisement

କୋରାପୁଟର ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ, ପୁଷ୍ଟିକର

କୋରାପୁଟ,୩।୧(ସ୍ବ.ପ୍ର.):କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ବୋଲି ଦର୍ଶାଇଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡଃ ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଗୁଣାମତ୍କମାନ ଓ ଉପତ୍ାଦନ କ୍ଷମତା ଉପରେ ଗବେଷଣା କରୁଛନ୍ତି। କୋରାପୁଟର ଚାଷ ହେଉଥିବା ୩୩ ପ୍ରଜାତିର ମାଣ୍ଡିଆର ଗୁଣାତ୍ମକମାନ ଓ ଉପତ୍ାଦନ କ୍ଷମତା ଆନ୍ତର୍ଜାତିକ ଜର୍ନାଲ ସିରିୟଲ ରିସର୍ଚ୍ଚ କମୁନିକେଶରେ ଗତ ଡିସେମ୍ବର ୩୧ରେ ପ୍ରକାଶ ପାଇଛି। ଉକ୍ତ ଗବେଷଣାରୁ ଜଣାପଡିଛିଯେ ଭାଲୁ, ଲାଦୁ, ତେଲୁଗୁ ଓ ବଡ ଅନ୍ୟ ମାଣ୍ଡିଆଠାରୁ ଅଧିକ ଉପତ୍ାଦନ କ୍ଷମତା ରହିଛି। ଏହାର ଉପତ୍ାଦନ କ୍ଷମତା ବିଭିନ୍ନ ପ୍ରକାରର ହାଇବ୍ରିଡ ଭେରାଇଟି ଯଥା ଭୈରବି, ଚିଲିକା,ଅର୍ଜୁନ ଯାହାକି ଓୟୁଏଟି ଭୁବେନେଶ୍ୱରରୁ ବାହାରିବାଠାରୁ ଅଧିକ। ଏହା ସହିତ ୩ ପ୍ରକାରର ମାଣ୍ଡିଆ ଯଥା ତେଲଗୁ, ବଡ ଓ ଦୁସୁରା ମାଣ୍ଡିଆରେ ପ୍ରୋଟିନ, ଫାଇବର, ସଲଫର, ଏନର୍ଜି ଓ ଆଣ୍ଟିଅକ୍ସିଡେନ୍ଟ ଭରି ରହିଛି ବୋଲି ଡଃ ପଣ୍ଡା କରହିଛନ୍ତି। ଆଗାମୀ ଦିନରେ ଏହି ମାଣ୍ଡିଆରେ ଜେନେଟିକ୍ସକୁ ଆଧାର କରି ନୂତନ ମାଣ୍ଡଆ ତିଆରି କରିବାରେ ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି। ଏହି ମାଣ୍ଡିଆ କିଷମଗୁଡିକ ସ୍ବାମୀନାଥନ ଫାଉଣ୍ଡେସନ ଜୟପୁରରେ ସଂରକ୍ଷଣ କରାଯାଇଛି। ଏହି ବିରଳ ମାଣ୍ଡିଆକୁ ସରକାରଙ୍କର ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର, ବହୁଳ ବ୍ୟବହାର ଓ ସଂରକ୍ଷଣ କରାଗଲେ ଆଦିବାସୀଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel