ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ୨ କିଲୋମିଟର ଦୌଡ଼ିଲେ ଟ୍ରାଫିକ ପୋଲିସ, ଛୁଟୁଛି ପ୍ରଶଂସାର ସୁଅ

ହାଇଦ୍ରାବାଦ,୬ା୧୧: ହାଇଦ୍ରାବାଦର ଜଣେ ଟ୍ରାଫିକ କନଷ୍ଟେବଳ ଏକ ଆମ୍ବୁଲାନ୍ସ ପାଇଁ ରାସ୍ତା ଦେବାକୁ ବ୍ୟସ୍ତବହୁଳ ସହରରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏକ ରିପୋର୍ଟ ଅନୁଯାୟୀ, ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଉଥିଲା। ତେଣୁ ଏହି ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ପୋଲିସ କର୍ମଚାରୀଙ୍କୁ ଭାରି ପଡ଼ିଛି। ଏହି ଘଟଣା ସୋମବାର ହୋଇଥିବା ବେଳେ ବୁଧବାର ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଅତିରିକ୍ତ ପୋଲିସ ଆୟୁକ୍ତ ଅନିଲ କୁମାର ଭିଡିଓରେ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ‘ହାଇଦ୍ରାବାଦ ଟ୍ରାଫିକ ପୋଲିସ ଅଫିସର ଆମ୍ବୁଲାନ୍ସ ପାଇଁ ରାସ୍ତା ସଫା କରିବାକୁ ଦୌଡୁଛନ୍ତି। ବହୁତ ଭଲ। ହାଇଦ୍ରାବାଦ ଟ୍ରାଫିକ ପୋଲିସ ସବୁବେଳେ ଲୋକଙ୍କ ସେବାରେ’।
ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍‌ରା ମଧ୍ୟ ଏହି ଭିଡିଓକୁ ଶେୟାର କରି ପ୍ରଶଂସା କରିଛନ୍ତି। ଅନ୍ୟ ୟୁଜରମାନେ ମଧ୍ୟ ଟୁଇଟ୍‌ କରି ଟ୍ରାଫିକ୍‌ କନଷ୍ଟେବଳ ଜଣଙ୍କୁ ଢେ ପ୍ରଶଂସା କରିଛନ୍ତି।

Share