ବଲାଙ୍ଗୀର ଅଫିସ,୨।୫: ମୁଣ୍ଡଫଟା ଖରା ଯୋଗୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଲୋକେ ଜରୁରୀ କାମ ପଡ଼ିଲେ ବାଧ୍ୟହୋଇ ଘରୁ ବାହାରୁଛନ୍ତି। ଏହା ଅନେକାଂଶରେ ଘାତକ ସାବ୍ୟସ୍ତ ହେଉଛି। ବଲାଙ୍ଗୀର କଚେରି ଛକରେ ଶିକାବେହେଙ୍ଗା ଗ୍ରାମର କଇଁରୁ ସ୍ବାଇଁ ବାଇକ୍ରେ ଯାଉଥିବା ବେଳେ ପଡ଼ି ଯାଇଥିଲେ। ଟାଣ ଖରା ଯୋଗୁ ତାଙ୍କର ଏପରି ଅବସ୍ଥା ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ହେଲେ ଛକରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ କଇଁରୁଙ୍କୁ ଉଦ୍ଧାରକରି ଏକ ଅଟୋରିକ୍ସା ଯୋଗେ ହସ୍ପିଟାଲ ନେଇଥିଲେ। ଟ୍ରାଫିକ କର୍ମଚାରୀଙ୍କ ଏଭଳି ମାନବିକତା ଦେଖି ଲୋକେ ପ୍ରଶଂସା କରିଛନ୍ତି।