ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ପୂର୍ବରୁ ଆସିଲା ଟ୍ରାଫିକ୍‌ ଗାଇଡ୍‌ଲାଇନ୍‌: ଜାଣନ୍ତୁ କେଉଁପଟ ଦେଇ ଯିବ ଗାଡ଼ି

ଭୁବନେଶ୍ୱର,୧୧।୬: ଜୁନ୍‌ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ମନ୍ତ୍ରୀମଣ୍ଡଳଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହ ଉତ୍ସବରେ ଯୋଗ ଦେବେ।
ଶପଥଗ୍ରହଣ ପାଇଁ ଗମାଗମନ ସୁବିଧା ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୭ଟା କିମ୍ବା ଶପଥ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଏବଂ ନାଲକୋ ଛକଠାରୁ ଜୟଦେବ ବିହାର ଛକକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟାତ କରିପାରିବେ ନାହିଁ।
କଟକ ପଟୁ ଅସୁଥିବା ବସ ଗୁଡ଼ିକ ରସୁଲଗଡ଼ ରେଲୱେ ଓଭର ବ୍ରିଜଠାରୁ ସର୍ଭିସ ରୋଡ଼ରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରେ ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ,କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ ରେ ପାକିଂ କରିପାରିବେ।

ସେହିପରି ଖୋର୍ଦ୍ଧା ଆଡୁ ଆସୁଥିବା ବସ ଗୁଡ଼ିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ ଦେଇ ଆଚାର୍ଯ୍ୟ ବିହାର ଛକରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ ସୈନିକ ସ୍କୁଲ ରାସ୍ତା
ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାକିଂ କରିପାରିବେ।

ସେହିପରି ନନ୍ଦନକାନନ ପଟୁ ଆସୁଥିବା ବସ ଗୁଡ଼ିକ ଓଫେଡ ଛକରେ ବାମ ମୋଡ଼ ନେଇ ଏମ.ସି.ଏଲ ଅତିଥି ଭବନ ପାଖରେ ଡାହାଣ ମୋଡ଼, ପ୍ରେସ କଲୋନୀ ଛକ ଡାହାଣ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାଡିଆସୁଣୀ ଛକ ରାସ୍ତାରେ ଏକ ଲାଇନ ରେ ପାକିଂ କରିପାରିବେ ।

କଟକ ପଟୁ ଅସୁଥୁବା ଚାରି ଚକିଆ ଯାନ ଗୁଡ଼ିକ ରସୁଲଗଡ଼ ରେଲୱେ ଓଭର ବ୍ରିଜ ଠାରୁ ସର୍ଭିସ ରୋଡ, ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକ,ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ଚାରି ଚକିଆ ଯାନ ଗୁଡ଼ିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ
ସର୍ଭିସ ରୋଡ, ଆଚାର୍ଯ୍ୟ ବିହାର ଛକଠାରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ନନ୍ଦନକାନନ ପଟୁ ଅସୁଥୁବା ଚାରି ଚକିଆ ଯାନ ଗୁଡ଼ିକ ନାଲକୋ ଛକରେ ବାମ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ପ୍ରେସ କଲୋନୀ ଛକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।
ଯାତ୍ରୀ ମାନେ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଓହ୍ଲାଇବା ପରେ ଓ.ଏସ.ଏ.ପି. ୭ମ ବି.ଏନ.

କ୍ୟାମ୍ପସ ଭିତର ରାସ୍ତା, ଇଗ୍ଲୋ ଗେଟଠାରେ ଡାହାଣ ମୋଡ ଏବଂ ସର୍ଭେ ଅଫ ଇଣ୍ଡିଆ ଅଫିସ ପାଖରେ ବାମ ମୋଡ଼ ନେଇ ଜନତା ମଇଦାନ ଗେଟ ନମ୍ବର -୩ ରେ ପ୍ରବେଶ କରିବେ। ଯାତ୍ରୀ ଦୂରଦର୍ଶନ ଲେନ ରେ ଓହ୍ଲାଇବା ପରେ ୱାଇ ଜଙ୍କସନ, ବାମ ମୋଡ଼ ନେବେ, ଆଇ.ଆଇ.ଟି ବିଲ୍ଡିଂଙ୍ଗରେ ଡାହାଣ ମୋଡ଼ ନେଇ ୧୦୦ ମିଟର ଯିବା ପରେ ବାମ ମୋଡ଼ କରି ଜନତା ମଇଦାନ ଗେଟ ନମ୍ବର -୬ ରେ ପ୍ରବେଶ କରିବେ ।

Share