ପାରଳା ସହରରେ ଟ୍ରାଫିକ ବିପର୍ଯ୍ୟସ୍ତ

ପାରଳାଖେମୁଣ୍ଡି,୫ା୬(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପୁରାତନ ପୌରପରିଷଦରେ ରାସ୍ତାଘାଟର ପ୍ରଶସ୍ତୀକରଣ କରାଯାଇ ନଥିବା ବେଳେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିପାଉଛି। ଏହି ପୌରପରିଷଦ ୧୮୮୫ରେ ଗଠନ ହୋଇ ୧୩୮ ବର୍ଷ ପୂରଣ କଲାଣି। ହେଲେ ସେହି ପୁରୁଣା ଢାଞ୍ଚାରେ ହିଁ ରାସ୍ତା ଘାଟ ରହିଥିବା ବେଳେ ନୂତନ ଭାବେ ସାହି, ବସ୍ତି, ନଗର ଆଦି ଗଢିଉଠିଛି । ସହରର କୌଣସି ଉନ୍ନୟନମୂଳକ କାମ କିମ୍ବା ବିଶେଷ କରି ରାସ୍ତାର ପ୍ରଶସ୍ତୀକରଣ ହୋଇପାରିନାହିଁ । ସେହି ଅଣଓସାରିଆ ରାସ୍ତାରେ ବର୍ତ୍ତମାନ ବଢିଚାଲିଥିବା ଜନ ଓ ଯାନ ସଂଖ୍ୟା ସମସ୍ୟା ସୃଷ୍ଟି କରୁଛି। ଏଥିସାଙ୍ଗକୁ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଅସଜଡା ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଭାରୀଯାନ ପ୍ରବେଶ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲେ ହେଁ ଅବାଧରେ ପ୍ରବେଶ ହେଉଛି। ଏହି ଭାରୀଯାନଗୁଡିକ ସହରର ୱାନ ୱେ ଟ୍ରାଫିକ ରାସ୍ତାରେ ପ୍ରବେଶ କରି ଯାତାୟତ କରୁଛି। ଏଥିଯୋଗୁଁ ଦୈନନ୍ଦିନ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ଲକ୍ଷ୍ୟ କରାଯାଉଛି।
ଯେ, ପାରଳାଖେମୁଣ୍ଡି ସହରାଞ୍ଚଳରେ ସକାଳ ୮ରୁ ରାତି ୯ ପର୍ଯ୍ୟନ୍ତ ଭାରୀଯାନ ଯାତାୟତ ଉପରେ କଟକଣା ଲଗାଯାଇଛି । ହେଲେ ଏସବୁ ନିୟମକୁ ବେଖାତିର କରି ଦୈନନ୍ଦିନ ୱାନ ୱେ ଟ୍ରାଫିକ ରାସ୍ତାରେ ଯାତାୟତ କରୁଥିବାର ଲକ୍ଷ୍ୟ କରାଯାଉଛି । ସହରରେ କେବଳ ମୁଖ୍ୟ ଦୁଇଗୋଟି ରାସ୍ତା ଯଥା ପୋଲିସ ଷ୍ଟେସନ ଛକଠାରୁ କଲେଜ ଛକ, ମୁଖ୍ୟବଜାର ଛକ, ବସଷ୍ଟାଣ୍ଡ ଛକ ଦେଇ ପୁରୁଣା କୋର୍ଟ ଛକ ଏବଂ ଅନ୍ୟଟି ପୁରୁଣାକୋର୍ଟ ଛକ ଠାରୁ ଗାନ୍ଧୀଛକ, ପ୍ୟାଲେସ ଛକ, ସିନେମା ହଲ ଛକ, ମେଡିକାଲ ଛକ ପୁଣି ପୋଲିସ ଷ୍ଟେସନ ଛକ ଦେଇ ଗୋଲାକାର ରାସ୍ତା ମୁଖ୍ୟ ରାସ୍ତା ଅଟେ । ଏହାକୁ ୱାନ ୱେ ଟ୍ରାଫିକ ରାସ୍ତା ବା ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରୂପେ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପ୍ରସ୍ଥାନ ରାସ୍ତାରେ ଭାରୀଯାନଗୁଡିକ ଅବାଧ ପ୍ରବେଶ କରୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ସହରର ସାନିଆନାଇଡୁ ସାହି ବା ବଜାର ସାହି ମଧ୍ୟରେ ଏକ ଅଜବ ଟ୍ରାଫିକ ନିୟମ କରାଯାଇଥିବା ଦେଖିବାକୁ ମିଳୁଛି। ଦୁଇଚକିଆ ଯାନଗୁଡିକୁ ରାସ୍ତା ମଧ୍ୟ ଭାଗରେ ପାର୍କିଂ କରି ରଖାଯାଉଛି । ଏହି ସାହି ବେସ ଗହଳିପୂର୍ଣ୍ଣ ସହ ଅଣଓସାରିଆ ଅଟେ । ଏପରିି ସ୍ଥଳେ ରାସ୍ତାର ମଧ୍ୟ ଭାଗରେ ଦୁଇ ଚକିଆ ପାର୍କିଂ ବ୍ୟବସ୍ଥା ଯୋଗୁଁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇପଡିଛି। ଏପରିସ୍ଥଳେ ବେପାରୀମାନଙ୍କ ଦୈରାତ୍ମ୍ୟ ବଢିବାରେ ଲାଗିଛି । ହୋଲସେଲ ଦୋକାନଗୁଡିକୁ ଜିନିଷ ନେବା ଆଣିବା କରିବା ନିମନ୍ତେ ବଡ ଯାନବାହାନ ଗୁଡିକୁ ଏହି ସଂକୀର୍ଣ୍ଣରାସ୍ତାରେ ପ୍ରବେଶ କରାଉଛନ୍ତି । ଫଳରେ ଦୈନନ୍ଦିନ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ୨୦୧୨ରେ ଟ୍ରାଫିକ ସମ୍ବନ୍ଧୀୟ ବୈଠକ ହୋଇଥିବା ବେଳେ ଏହାପରେ ଆଉ ଗୋଟିଏ ବି ଟ୍ରାଫିକ ସମ୍ବନ୍ଧୀୟ ବୈଠକ ହୋଇନଥିବା ଜଣାପଡିଛି। ଇତି ମଧ୍ୟରେ କେତେ ଯେ ଆରକ୍ଷୀ ଅଧୀକ୍ଷକ ଦାୟିତ୍ୱ ତୁଲାଇ ବଦଳିହୋଇ ଗଲେଣି । ହେଲେ ଟ୍ରାଫିକ ବ୍ୟବସ୍ଥା ଉପରେ କୌଣସି ଗୁରୁତ୍ୱାରୋପ କରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବେଆଇନ ନିର୍ମାଣକାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ’

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଛି। ସେହିପରି ସରକାରୀ ଜମିରେ...

‘କେବଳ ଖାଦ୍ୟ ନିରାପତ୍ତା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବିହନ ସଂରକ୍ଷଣ ଜରୁରୀ’

କୋରାପୁଟ,୧୩ା୧୧(ଅମିତାଭ ବେହେରା): ପାରମ୍ପରିକ କୃଷି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଲାଣ୍ଡିଗୁଡ଼ାସ୍ଥିତ ସିଟି...

ମାଓବାଦୀଙ୍କ ବର୍ବରତା: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି । ସେ ହେଲେ ସୁବଳ ଦୁଲାରୁ...

ଅପରେଶନବେଳେ ଜଙ୍ଗଲରୁ ୩ ମିଲିସିଆଙ୍କୁ ଗିରଫ କଲେ ସୁରକ୍ଷାବାହିନୀ

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ନେମେଡ ଅଞ୍ଚଳରୁ ୩ ମିଲିସିଆଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋନୁ ଓୟମ, ସନୁ ଲେକାମ ଓ...

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କହିଲେ ସହରର ବିକାଶ ଲାଗି…

ପୁରୁଷୋତ୍ତମପୁର,୧୩ା୧୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧକ୍ଷ ଭାବରେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ...

ଲୁହାରଡ୍‌ ଚୋରି କରି ଜେଲ୍‌ ଗଲେ ୮

କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମସ୍ଥିତ କେସିଙ୍ଗା ଏନ୍‌ଏସିର ଆବର୍ଜନା ଗୃହଠାରୁ ଲୁହାରଡ୍‌ ଚୋରି ଘଟଣାରେ ୮ଜଣ ଚୋରଙ୍କୁ...

ହତ୍ୟାକାରୀଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ହତ୍ୟା ମାମଲାର କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜ୍‌ ମମିତା ଦାସ ବୁଧବାର ଦୋଷୀ ସାବ୍ୟସ୍ତ କରି ରାୟରେ ସଦର ବ୍ଲକ ମଇଦାନ...

ମାଣ୍ଡିପଙ୍କାକୁ ଜଳଯୋଗାଣ ପରେ ଏବେ ରାସ୍ତା କାର୍ଯ୍ୟ ଆରମ୍ଭ

ଦାରିଙ୍ଗବାଡ଼ି,୧୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ବାସି ଜାଉ ଖାଇ ଦୁଇ ଜଣଙ୍କ ଅକାଳ ବିୟୋଗ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri