ଘନ କୁହୁଡ଼ି ଯୋଗୁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର,୩।୧: ରାଜ୍ୟରେ ଶୀତ ସାମାନ୍ୟ କମିଥିଲେ ମଧ୍ୟ ଘନ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ଘନ କୁହୁଡ଼ି ଯୋଗୁ ଯାତାୟତରେ ବାଧାପ୍ରାପ୍ତ ହେଉଛି।
ଏ ନେଇ ୧୧ଟି ଜିଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେଗୁଡ଼ିକ ହେଲା ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼ ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ । ଏପରିକି ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଖସିଯାଇପାରେ । ସେହିପରି ଆସନ୍ତା ୫ ଏବଂ ୬ ତାରିଖ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼ ଝାରସୁଗୁଡ଼ା କେନ୍ଦୁଝର ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share