ଦାରିଙ୍ଗବାଡ଼ି,୧୬।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ପାଇଁ ଶୀତର ପ୍ରକୋପ ଦ୍ବିଗୁଣିତ ହୋଇଛି । କୁହୁଡି ଯୋଗୁ ଶନିବାର ଗାଡ ଚଳାଚଳରେ ସମସ୍ୟା ଦେଖାଯାଇଛି । ରାତିରେ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍ ଗୁଡିକ ଦାରିଙ୍ଗବାଡିରେ ବିଳମ୍ବରେ ପହଞ୍ଚୁଛି। କୁହୁଡି ଯୋଗୁ ଆମ୍ବୁଲାନ୍ସରେ ରୋଗୀଙ୍କୁ ସଠିକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା କଷ୍ଟକର ହୋଇ ପଡିଛି।
ସୂଚନା ଯୋଗ୍ୟ, ପାରଦ ତଳ ମୁହାଁ ହୋଇ ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ସହ ତାପମାତ୍ରା ୮ ଡିଗ୍ରୀ ତଳେ ରହୁଥିବା କୁହାଯାଉଛି।