Posted inରାଜ୍ୟ

ସବୁଦିନ ଟ୍ରାଫିକ୍‌ ଜାମ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ସହରୀଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଦାକୁ ବାହାରିଲେ ଭିଡ଼ରେ ଫସିବା ଭୟ ରହୁଛି। ଅଫିସ୍‌ ବା ଗନ୍ତବ୍ୟସ୍ଥଳରେ କେତେବେଳେ ପହଞ୍ଚତ୍ବେ ଆଶଙ୍କାରେ ରହୁଛନ୍ତି। ସେହିଭଳି ସହରକୁ ଆସୁଥିବା ବା ସହର ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ଭିଡ଼ରେ ଫସି ତିକ୍ତ ଅନୁଭୂତି ନେଇ ଯାଉଛନ୍ତି। ସହରର ଅଧିକାଂଶ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଉଥିଲେ ମଧ୍ୟ ସବୁଠୁ ବିପଜ୍ଜନକ ଜୋନ୍‌ ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ। ବିଶେଷକରି ସନ୍ଧ୍ୟାହେଲେ ବାଣୀବିହାର, ରସୁଲଗଡ ଓ ହଂସପାଳ ଛକରେ ସବୁଦିନ ଟ୍ରାଫିକ ଜାମ୍‌ ହେଉଛି। ଦୁର୍ଘଟଣା କିମ୍ବା ବର୍ଷା ହେଲେ କଥା ସରିଲା। ଘଟଣାସ୍ଥଳରୁ ବହୁ କିମି ଯାଏ ଗାଡିମୋଟର ଅଟକି ରହୁଛି। କେବଳ ମୁଖ୍ୟ ରାସ୍ତା ନୁହେଁ, ଏହାକୁ ସଂଯୋଗ କରୁଥିବା ସହର ବା କଲୋନୀ ରାସ୍ତାରେ ମଧ୍ୟ ଲୋକେ ଫସି ରହୁଥିବାବେଳେ ପୋଲିସକୁ ନାକେଦମ୍‌ ହେବାକୁ ପଡୁଛି। ଇତିମଧ୍ୟରେ ଏସବୁସ୍ଥାନରେ ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ମଧ୍ୟ ସମସ୍ୟା ସୁଧୁରିବାର ନାଁ ଧରୁନି। ଶୁକ୍ରବାର ରସୁଲଗଡ ଛକରେ ଘଣ୍ଟା ଘଣ୍ଟା ଧରି ହୋଇଥିବା ଟ୍ରାଫିକ ଜାମ୍‌ରେ ଲୋକେ ଫସି ହଟହଟା ହୋଇଥିବାବେଳେ ଶନିବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଫଳରେ ଲୋକମାନଙ୍କୁ ଟ୍ରାଫିକରୁ ବାହାରିବା ପାଇଁ ବହୁ ହଇରାଣ ହେବାକୁ ପଡିଥିଲା। ତେବେ ଏହି ସମସ୍ୟା ଦୀର୍ଘବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁ ନାହିଁ। ଏଥିପାଇଁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ୍‌ ପରିଚାଳନା ସହ ମନମୁଖି ରାସ୍ତା ନିର୍ମାଣକୁ ଦାୟୀ କରାଯାଉଥିଲେ ମଧ୍ୟ ସେପରି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ସେହିପରି ରାସ୍ତା ଉପରେ ଅବାଧ ପାର୍କିଂ, ଯାତ୍ରୀବାହୀ ଯାନଗୁଡିକ ରାସ୍ତା ଉପରୁ ଯାତ୍ରୀ ଉଠାଇବା, ରଙ୍ଗରୁଟ୍‌ରେ ଗାଡି ଚଳାଚଳ ଯୋଗୁ ମଧ୍ୟ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହେଉଛି। ସହରରେ ଟ୍ରାଫିକ ଜାମ୍‌ ବଡ ସମସ୍ୟା ଭାବେ ଉଭା ହୋଇଥିଲେ ମଧ୍ୟ ଏଥିପ୍ରତି ପୋଲିସ, ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତପକ୍ଷ ତତ୍ପରତା ନ ଦେଖାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଶେଷକରି ବଡ ଧରଣର ଦୁର୍ଘଟଣା ଘଟିଲେ କିମ୍ବା ପ୍ରବଳ ବର୍ଷା ହେଲେ ଟ୍ରାଫିକ ଜାମ ହୋଇଥାଏ। କିନ୍ତୁ ଜାତୀୟ ରାଜପଥ ଓ ସହରର କୌଣସି ରାସ୍ତାରେ ସାମାନ୍ୟ ଦୁର୍ଘଟଣା ଘଟିଲେ କିମ୍ବା ଅନ୍ୟ କିଛି ଛୋଟ ମୋଟ କାରଣ ପାଇଁ ପ୍ରବଳ ଭିଡ ହେବା ଚିନ୍ତାର ବିଷୟ ପାଲଟିଛି। ଏମିତି କି ଶହେ ମିଟର ରାସ୍ତା ଯିବା ପାଇଁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। କଳ୍ପନାରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇଥିବା କଟକ-ପୁରୀ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ଆଜିର ନୁହେଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ରାସ୍ତାରେ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ମଧ୍ୟ ଅଧିକାଂଶ ସମୟରେ ଟ୍ରାଫିକ୍‌ ଜାମ୍‌ ହେଉଛି। ରାସ୍ତା ସମ୍ପ୍ରସାରଣ ସତ୍ତ୍ୱେ ବି ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଅନ୍ୟପଟେ ଟ୍ରାଫିକ ପରିଚାଳନାରେ ଅଧିକ ପୋଲିସ କିମ୍ବା ଫୋର୍ସ ମୁତୟନ ହେଉ ନ ଥିବାରୁ ଟ୍ରାଫିକ କ୍ଲିୟର ହେବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ସେହିଭଳି ପର୍ବପର୍ବାଣି ଓ ଭିଆଇପିଙ୍କ ଆଗମନ ସମୟରେ ରାସ୍ତା ଜାମ୍‌ ହେଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ବାହାର କରି ଠିକ୍‌ ଟ୍ରାଫିକ ପରିଚାଳନା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ନନ ଭେଜ ଛାଡିଛନ୍ତି JD Vance? ନାହିଁ ତ ଇଣ୍ଡିଆ କନେକ୍ସନ

ନୂଆଦିଲ୍ଲୀ,୨୨।୪: ସୋମବାର (୨୧ ଏପ୍ରିଲ, ୨୦୨୫) ସକାଳେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ...

ପିଅନ ପଦବୀ ପାଇଁ ଆବେଦନ କରିଛନ୍ତି ପିଏଚ୍‌. ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୨ା୪: ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍‌ସା ଦ୍ୱିଓ୍ବାନ୍‌ ସୋସାଇଟି (କେଡିଏସ୍‌) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର...

୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି

ଲଣ୍ଡନ: ବ୍ରିଟେନ୍‌ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି।...

ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ

ନୂଆଦିଲ୍ଲୀ,୨୨।୪: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ୮ ନିୟୁତ ହିସାବରେ ଅନୂ୍ୟନ ପରବର୍ତ୍ତୀ ୧୦ରୁ ୧୨...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି

ବାଷ୍ଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେଠାର ଏକ କାର୍ଯ୍ୟକ୍ରମରେ ଭାରତର ନିର୍ବାଚନ କମିଶନଙ୍କ...

କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image