ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଟ୍ରାଫିକ କଡ଼ାକଡ଼ି: ଏସବୁ ରାସ୍ତା ଲାଗିଲା କଟକଣା, ଯାଉଥିଲେ…

ଭୁବନେଶ୍ୱର,୧୬।୯: ସୁଭଦ୍ରା ଶୁଭାରମ୍ଭ ପାଇଁ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ବର ଆସିବେ। ତାଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା କରାଯାଇଛି। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଏହି କଟକଣା ରହିବ। କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ହେବ। ଏହା ସହ ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବାକୁ ପଡ଼ିବ। ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ମଧ୍ୟ ଯାଇପାରିବେ।ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ସେପ୍ଟେମ୍ୱର ୧୭ ତାରିଖ ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ବିପୁଳ ଜନ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ଉକ୍ତଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ଉପରକୁ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ୍‌, ଫଟୋ ଭାଇରାଲ କରି ମାଓବାଦୀ ଲେଖିଲେ PLGA

ମାଲକାନଗିରି,୫ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ଗତ ଦୁଇ ଦିନ ପୂର୍ବରୁ ମାଓବାଦୀମାନେ ୨ଯବାନଙ୍କ ଉପରକୁ ଆକ୍ରମଣକରି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ। ଏହାର ଏକ ଫଟୋ...

କଣ୍ଟାବାଞ୍ଜିରେ ଲଢିବା ଚକ୍ରାନ୍ତକୁ ନେଇ ମୁହଁ ଖୋଲିଲେ ନବୀନ, କହିଦେଲେ ଏତେ ବଡ଼ କଥା

ଭୁବନେଶ୍ୱର,୫।୧୧: କିଛିଦିନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ସାଂଘାତିକ ବୟାନ ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଏହାପରେ ତାଙ୍କ ସ୍ବାମୀ ଦେବୁଲି ଦାସ ମଧ୍ୟ...

ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା/ସୁନିଲ କୁମାର ପଣ୍ଡା): ନିଜେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରି ରଚିଥିଲେ ନାଟକ। ସେ ଏଭଳି କାନ୍ଦି କାନ୍ଦି ଗଡ଼ୁଥିଲେ ଯେ ତାକୁ...

ନବୀନଙ୍କ ଗଡ଼ରେ ଚିରିଲେ ବିଜେଡି ପତାକା,ଥାନାରେ ଏତଲା

ହିଞ୍ଜିଳିକାଟୁ, ୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏକ ପଦଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଏଥିନିମନ୍ତେ ଦଳ ପକ୍ଷରୁ ସୋମବାର ରାତିରେ...

ମେଘନାଥ ପାଚେରିରେ ଫାଟ: ଅସନ୍ତୋଷ ଜାହିର କଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ; ପୂର୍ବ ସରକାରଙ୍କୁ ଟାର୍ଗେଟ କରି…

ପୁରୀ,୫।୧୧: ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ମଙ୍ଗଳବାର ମହାପ୍ରଭୁ...

ଜାତୀୟ ଉତ୍ସବ ଭାବରେ ଆୟୋଜିତ ହେବ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ

ଭୁବନେଶ୍ୱର,୫ା୧୧: କେନ୍ଦ୍ର ସରକାର ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri