ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ। ଫଳରେ ତାତିରୁ ରକ୍ଷା ପାଇବେ। ଶନିବାର ସ୍ବତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏସି ହେଲ୍‌ମେଟ୍‌କୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି।
ଏହି ଏସି ହେଲ୍‌ମେଟ୍‌ରେ ରହିଛି ସତନ୍ତ୍ର ବ୍ୟାଟେରି। ଯାହାଫଳରେ ହେଲ୍‌ମେଟ୍‌ ଚାର୍ଜ ହେବ। ଥରେ ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ। ଖରା ଦିନେ ଏଥିରୁ ଥଣ୍ଡା ପବନ ବାହାରିବା ସହିତ ଶୀତ ଦିନେ ଗରମ ପବନ ବାହାରିବ। ପୋଲିସ କମିଶନର ଏହି ହେଲ୍‌ମେଟ୍‌କୁ ପରୀକ୍ଷାମୂଳକ ଭାବେ ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି। ସଫଳ ହେଲେ ସବୁ ଟ୍ରାଫିକ୍‌ କର୍ମଚାରୀ ଏହାକୁ ପିନ୍ଧିବେ ବୋଲି ପୋଲିସ କମିଶନର କହିଛନ୍ତି।

Share