ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ ସମସ୍ୟା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): କେନ୍ଦୁଝର ସହର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ ସମସ୍ୟାକୁ ନେଇ ଅସନ୍ତୋଷ ବଢୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ଏହି ଟ୍ରାଫିକ୍‌ ଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରୁଥିବା ଲୋକମାନେ ସିଗ୍‌ନାଲକୁ ଅପେକ୍ଷା କରି ଛିଡ଼ା ହେବାକୁ ପଡୁଛି। ଫଳରେ ମୁଖ୍ୟ ଫାଟକ ଜାମ୍‌ ହୋଇଯାଉଛି। ଏହି ସମୟରେ ବାହାରୁ କୌଣସି ଗାଡ଼ି ଆସିଲେ ଭିତରକୁ ଆସି ନ ପାରି ରାସ୍ତାରେ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡୁଛି ା ଫଳରେ ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି ା ଜିଲାପାଳଙ୍କ ମୁଖ୍ୟ ଫାଟକ ଅଣଓସାରିଆ ହୋଇଥିବାରୁ ଏକା ସାଙ୍ଗରେ ଗାଡ଼ି ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏବେ ଜାତୀୟ ଟ୍ରାଫିକ୍‌ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ଟ୍ରାଫିକ ନିୟମର ଉଲ୍ଲଂଘନ ଖୋଦ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହେଉଥିବାରୁ ସହରର ଅନ୍ୟାନ୍ୟ ଛକରେ କିପରି ପାଳନ ହେଉଥିବା ଏଥିରୁ ବେଶ୍‌ ଅନୁମେୟ ବୋଲି ଆଲୋଚନା ହେଉଛି।