ଆର. ଉଦୟଗିରି,୬।୧୦(ବ୍ୟୁରୋ): ଗଜପତି,ଗଞ୍ଜାମ ଓ ରାୟଗଡା ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତା ମୋହନା ବ୍ଲକ ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତ ନିକଟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମଝିରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକି ଲୋକଙ୍କ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ହେଲେ ଏହି ସମସ୍ୟା କାହାରିକୁ ଦୃଷ୍ଟିଗୋଚର ହେଉନାହିଁ। ଫଳରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ନେଇ ଏଭଳି ଅସୁବିଧା ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ଏ ନେଇ ଯଥାଶୀଘ୍ର ରାସ୍ତା ମରାମତି କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି।