ସୁଧୁରୁନି ଟ୍ରାଫିକ ସମସ୍ୟା କି ଉଠା ଦୋକାନୀଙ୍କୁ କରାଯାଉନି ଥଇଥାନ , ଶବ୍ଦ ପ୍ରଦ୍ୟୁଷଣ ରେ କାନ ଫାଟୁଛି

ଦାରିଙ୍ଗବାଡି, ୨୮ /୧ (ଅରୁଣ ସାହୁ)- ଓଡିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ର ଟ୍ରାଫିକ ସମସ୍ୟା ସୁଧୁରୁନି ସେହିପରି ୫୯ ନଂ ଜାତୀୟ ରାଜପଥ ଉପରେ ଉଠାଦୋକାନ ଗୁଡିକ ରହିଥିବାରୁ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେଉଛି । ସେପଟେ ଜାତୀୟ ରାଜପଥ ଉପରେ ଶହ ଶହ ଗାଡି ମୋଟର ଯାତାୟାତ ହେଉଥିବା ବେଳେ ହର୍ଣର ଶବ୍ଦ ପ୍ରଦ୍ୟୁଷଣ ସହ ଉଠା ଦୋକାନୀମାନେ ପାଟି କରି ଗ୍ରହକଙ୍କୁ ଡାକିବା ଯୋଗୁଁ ଜାତୀୟରାଜପଥ ରେ କୋଳାହଳ ବୃଦ୍ଧି ପାଉଛି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଏକାଧିକ ଥର ଉଠାଦୋକାନୀଙ୍କୁ ରାଜପଥ କଡରୁ ଉଠେଇବାକୁ ପ୍ରୟାସ କରିଥିଲେ ମଧ୍ୟ ସେମାନଙ୍କ ସ୍ଥାୟୀ ଥଇଥାନ କରାଯାଉନଥିବାରୁ ଉଠା ଦୋକାନି ମାନେ ବହୁ ସମୟରେ ହଇରାଣ ଭୋଗୁଛନ୍ତି। ରାଜପଥରୁ ଅନ୍ୟତ୍ର ନେଇ ସମସ୍ତଙ୍କୁ ଥଇଥାନ କରିବା ପାଇଁ ଉଠା ଦୋକାନି ମାନେ ବାରମ୍ବାର ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଜାତୀୟ ରାଜପଥ ରେ ଭିଡ଼ ସହ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି ସେହିପରି ରାଜପଥ ଉପରେ ବାଇକ ଗୁଡିକ ଦ୍ରୁତ ଗତିରେ ଯାତାୟାତ ମଧ୍ୟ ଟ୍ରାଫିକ ସମସ୍ୟାର ବଡ଼ କାରଣ ବୋଲି କୁହାଯାଉଛି। ଶୀଘ୍ର ଉଠା ଦୋକାନୀଙ୍କୁ ଥଇଥାନ କରାଗଲେ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛ।

ସୂଚନା ଯୋଗ୍ୟଯେ, ଉଠା ଦୋକାନି ମାନେ ନିୟମିତ ବ୍ୟବସାୟ କଲେ ଗୁଜୁରାଣ ମେଣ୍ଟୁଛି ସେମାନଙ୍କ ପାଇଁ ଭେଣ୍ଡିଂ ଜୋନର ବ୍ୟବସ୍ଥା କରାଗଲେ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ ସ୍ବାବଲମ୍ବୀ ହୋଇପାରିବେ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରୁଛନ୍ତି ଉଠା ଦୋକାନି ମାନେ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ରାସ୍ତକଡରେ ବିକ୍ରିବଟା କରିବାରୁ ଅନେକ ଗ୍ରାହକଙ୍କ ସୁବିଧା ହେଉଛି ତେଣୁ ସେମାନଙ୍କୁ ସ୍ଥାୟୀ ଥଇଥାନ କରାଯିବା ସହ ଅଟୋ ଷ୍ଟାଣ୍ଡ ର୍ନିମାଣ କରାଯିବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଡ଼ିଆ ଗଛରୁ ପଡି ଛାତ୍ର ମୃତ୍ୟୁ ମାମଲା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ କଲେ ପରିବାର

ପଟ୍ଟାଙ୍ଗି,୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ତଳଗୋଲୁର ପଞ୍ଚାୟତ ସଦର ମହକୁମାରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟର ଛାତ୍ର ପେଟେଲି କିରଣ ନଡ଼ିଆ...

ମାଲାକାନଗିରିରେ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର କଲେ ୬୦ ବର୍ଷୀୟ ବୃଦ୍ଧ

କୋରୁକୋଣ୍ଡା, ୨।୨(ଶିବଦତ୍ତ ସାହୁ): ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ମାଲାକାନଗିରି ଜିଲା ଓରକେଲ ଥାନା ପୋଲିସ ଶ୍ୟାମ ସୀସା(୬୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ନିବେଦନ

କୋକସରା,୨।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାହାର ରାଜ୍ୟକୁ ପେଟପାଟଣା କରିବାକୁ ଯାଇ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା...

ଆଇନଜୀବୀଙ୍କୁ ଏସିଡ୍‌ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ

ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଜଙ୍ଗମ ସାହିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୨ଜଣଙ୍କୁ...

ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଆହତ

ପାଟଣାଗଡ଼,୨।୨: ବଳାଙ୍ଗୀର ଜିଲା ପାଟଣାଗଡ଼ ପାଢ଼େଲ ଗାଁରେ ରବିବାର ଏକ ଅଘଟଣ ଘଟିଛି। ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି।...

ବଣିଆପାଟ ଶିଶୁମନ୍ଦିରରେ ସରସ୍ଵତୀ ପୂଜା ଓ ମାତୃସମ୍ମିଳନୀ

କେନ୍ଦୁଝର ୨ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କଲେଜ ରୋଡ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ମା’ ବାଗଦେବୀଙ୍କ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ...

ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଶୁଣିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ପୂର୍ବ ସରକାରରେ ଯାହା…

କେସିଙ୍ଗା,୨ା୨(ତୁମେଶ୍ୱର ସାହୁ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲା ଉତ୍କେଳା ଏୟାରଷ୍ଟ୍ରିପ୍‌ରେ ରବିବାର ଓହ୍ଲାଇ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image