ଆସିଲା ଟ୍ରାଫିକ୍‌ କଟକଣା: ସକାଳ ୯ରୁ ସନ୍ଧ୍ୟା ୭ଟା ଜୟଦେବ ବିହାର-ନାଲ୍‌କୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର,୧୨ା୬(ସତ୍ୟଜିତ୍‌ ରାଉତ):ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ଗାଡି ପାର୍କିଂ ଓ ଜନସାଧାରଣ ଯାତାୟାତ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବୁଧବାର ସକାଳ ୯ରୁ ସା ୭ଟା ଯାଏ ଅର୍ଥାତ୍‌ ଶପଥ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାର ଛକଠାରୁ ନାଲ୍‌କୋ ଛକ ଏବଂ ଏହାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ଦେଇ କୌଣସି ଯାନବାହନ ଯାତାୟାତ କରିପାରିବ ନାହିଁ। ସେହିଭଳି ଉତ୍ସବରେ ଯୋଗଦେବାକୁ ଆସୁଥିବା ନେତା, କର୍ମୀ ଓ ସାଧାରଣ ଲୋକଙ୍କ ଗାଡି ପାଇଁ ରୁଟ୍‌ ଚାର୍ଟ କରାଯାଇଛି। କଟକ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ରସୁଲଗଡ ରେଲ୍‌ୱେ ଓଭରବ୍ରିଜଠାରୁ ସର୍ଭିସ୍‌ ରୋଡ୍‌ରେ ଯିବ। ଏହାପରେ ବସ୍‌ଗୁଡିକ ଆଚାର୍ଯ୍ୟ ବିହାରରୁ ଆପୋଲୋ ହସ୍ପିଟାଲ ଓ ସୈନିକ ସ୍କୁଲ ରାସ୍ତା ଦେଇ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ପରେ ଗାଡିଗୁଡିକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ଯାଇ ରେଲୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଗୋଟିଏ ଲାଇନ୍‌ରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ମଧ୍ୟ ଆଚାର୍ଯ୍ୟବିହାରରେ ପହଞ୍ଚତ୍ ସେଠାରୁ ଆପୋଲୋ ହସ୍ପିଟାଲ ରାସ୍ତାରେ ଯାଇ ସମାନ ଭାବେ ପାର୍କିଂ କରିବ। ଅନ୍ୟପକ୍ଷରେ ନନ୍ଦନକାନନ ପଟୁ ଆସୁଥିବା ବସ୍‌ଗୁଡିକ ଓମ୍‌ଫେଡ୍‌ ଛକ ଦେଇ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଯାତ୍ରୀଙ୍କୁ ଓହ୍ଲାଇ ରେଲୱେ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ କରିବେ। ସେହିପରି କଟକ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଆଚାର୍ଯ୍ୟବିହାର ହୋଇ ଯିବା ପରେ ଦୂରଦର୍ଶନ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ନନ୍ଦନକାନ ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ଓମ୍‌ଫେଡ ଛକ ଦେଇ ଯିବା ସହ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ତେବେ ଓଏସ୍‌ଏପି ୭ମ ବାଟାଲିଅନ୍‌ ପଡିଆ ଗେଟ୍‌ ପାଖରେ ଓହ୍ଲାଉଥିବା ଲୋକମାନେ କ୍ୟାମ୍ପସ ଭିତର ରାସ୍ତା ଦେଇ ଯିବା ସହ ଜନତା ମଇଦାନ ୩ ନଂ. ଗେଟ୍‌ରେ ପ୍ରବେଶ କରିବେ। ସେହିପିର ଦୂରଦର୍ଶନ ଲେନ୍‌ରେ ଓହ୍ଲାଉଥିବା ଲୋକମାନେ ଜନତା ମଇଦାନର ୬ନମ୍ବର ଗେଟ ଦେଇ ସଭାସ୍ଥଳୀକୁ ପ୍ରବେଶ କରିପାରିବେ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri