ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ମୁଣ୍ଡବ୍ୟଥା ବଢାଉଛି। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାସ୍ତା ଜାମ୍‌ ଯୋଗୁ ଯାତାୟତ କରିବା କଷ୍ଟକର ହୋଇପଡୁଛି। ମୁକୁନ୍ଦପ୍ରସାଦଠାରୁ ମାରୱାଡି ପଟି, ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ପେଟ୍ରୋଲ ପମ୍ପ ଛକ ଓ ଟ୍ରାଫିକ ଛକରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇପଡୁଛି। ପେଟ୍ରୋଲ ପମ୍ପଠାରୁ ମାରୱାଡ଼ି ପଟି ରାସ୍ତା ସଙ୍କୁଚିତ ହୋଇରହିଛି। ଅନ୍ୟପଟେ ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ ପାର୍କିଂ ଏବଂ ଦୋକାନ ବଜାର ଯୋଗୁ ରାସ୍ତା ସଙ୍କୁଚିତ ହେଉଛି। ରାଜନୈତିକ ଇଚ୍ଛାଶକ୍ତି ଏବଂ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଖୋର୍ଦ୍ଧା ସହରକୁ କ୍ୟାବିନମୁକ୍ତ ଅଭିଯାନ ସରକାରୀ କାଗଜକଲମରେ ସୀମିିତ ହୋଇରହିଛି।
ପୁରୁଣା ବସଷ୍ଟାଣ୍ଡଠାରେ ନୟାଗଡ଼ ପଟୁ ଆସୁଥିବା ବସ୍‌ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି। ବସ୍‌ଷ୍ଟାଣ୍ଡରେ ପାର୍କିଂ ସୁବିଧା ନ ଥିବାରୁ ରାସ୍ତା ଉପରେ ଯାତ୍ରୀ ଉଠାଇବା ଲାଗି ବସ୍‌ଗୁଡିକ ଠିଆ ହୋଇରହୁଛି। ଫଳରେ ନୟାଗଡ଼ ରୋଡ୍‌ରେ ଭିଡ଼ ହେଉଛି। ପର୍ବପର୍ବାଣି ସମୟରେ ଏତେ ଭିଡ଼ ହେଉଛି ଯେ, ମେଡିକାଲରୁ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଫସିଯାଉଛି। ଉଭୟପଟୁ ଯାନବାହନ ଏକ କିମି ପର୍ଯ୍ୟନ୍ତ ଲମ୍ବାଧାଡ଼ିରେ ଅଟକି ରହୁଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା ପାର୍ଶ୍ୱରେ ମେଡିକାଲ, ବନବିଭାଗ କାର୍ଯ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ, ୨ଟି ଶପିଙ୍ଗ ମଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ, ମୁଖ୍ୟ ଡାକଘର, ଶତାଧିକ କ୍ୟାବିନ୍‌ ଘେରି ରହିଛି। କ୍ୟାବିନ୍‌ ହଟାଇବା ଲାଗି ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ରାସ୍ତା ଦେଇ ସକାଳ ସମୟରେ ନୟାଗଡ଼ଠାରୁ ଭୁବନେଶ୍ୱରକୁ ଦୈନିକ ଶତାଧିକ ଘରୋଇ ବସ୍‌ ଯାତାୟତ କରୁଛି। ଯାତ୍ରୀ ଉଠାଇବା ଓ ଓହ୍ଳାଇବା ଲାଗି ବସ୍‌ଗୁଡିକ ଖୋର୍ଦ୍ଧା କ୍ଲବ, ପୁରୁଣା ବସଷ୍ଟାଣ୍ଡ ନିକଟରେ ଅଟକି ରହୁଛି। ପୁରୁଣା ବସ୍‌ଷ୍ଟାଣ୍ଡରେ ହଳଦିଆ, ଗଡମାଣିତ୍ରୀ, ଜଟଣୀ ପ୍ରଭୃତି ଅଞ୍ଚଳକୁ ମିନି ବସ, କ୍ୟାଣ୍ଟର ଚଳାଚଳ କରୁଛି। ଏହି ଗାଡ଼ିଗୁଡିକ ମଧ୍ୟ ଯାତ୍ରୀଙ୍କୁ ଅପେକ୍ଷା କରି ରହୁଛନ୍ତି। ଅନ୍ୟପଟେ ମୁଖ୍ୟ ଡାକଘର ନିକଟ ଗଳି ଗୁରୁଜଙ୍ଗଠାରୁ କେରଙ୍ଗ, ହଳଦିଆ, ଟାଙ୍ଗିଆପଡା ପ୍ରଭୃତି ଗ୍ରାମକୁ ଯିବା ଲାଗି ଏକ ମାତ୍ର ରାସ୍ତା ରହିଛି। ଫଳରେ ସବୁ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ଟ୍ରାଫିକ ଛକ ନିକଟରେ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ଟାଉନ ଥାନା, ଉପଜିଲାପାଳ କାର୍ଯ୍ୟାଳୟ ଓ ତହସିଲ ଅଫିସ ସମେତ ସମବାୟ ବ୍ୟାଙ୍କ ନିକଟରେ ପୌର ପରିଷଦ କାର୍ଯ୍ୟାଳୟ ରହିଛି। ଟ୍ରାଫିକ ଛକଠାରୁ ସମବାୟ ଛକ ଓ ସେଠାରୁ ପୁରୁଣା ମେଡିକାଲ ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଦୋକାନ ରହିଛି। ଫଳରେ ସବୁ ସମୟରେ ଗ୍ରାହକଙ୍କ ଭିଡ଼ ରହୁଛି। କୋର୍ଟ ଛକ, ହାବେଳି ପଡ଼ିଆ ଏବଂ ନୂଆବସଷ୍ଟାଣ୍ଡ ରାସ୍ତାରେ ବାଇକ ପାକିଂ ଯୋଗୁ ଯାତାୟତରେ ବାଧା ସୃଷ୍ଟି ହେଉଛି। ବ୍ୟାଙ୍କ ଛକଠାରୁ ନୂଆବସ୍‌ଷ୍ଟାଣ୍ଡ ମଧ୍ୟରେ ଗୋଟିଏ ପାର୍ଶ୍ୱରେ ବହୁତଳ ଶପିଙ୍ଗ୍‌ ମଲ, ଘରୋଇ ବ୍ୟାଙ୍କ, ବିଭିନ୍ନ ଦୋକାନ ରହିଛି। ଫଳରେ ଏଠାରେ ଗହଳି ହେଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରହିଛି ୧୬ ନଂ ଜାତୀୟ ରାଜପଥ। ସହରର ପ୍ରବେଶ ପଥ ହୋଇଥିବାରୁ ବ୍ରହ୍ମପୁର ପଟୁ ନୟାଗଡ଼, ବଲାଙ୍ଗୀରକୁ ଘରୋଇ ବସ, ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଯାତାୟାତ କରିଥାଏ। ପଲ୍ଲାତୋଟାପଡା ଦେଇ ଇସ୍କନ ମନ୍ଦିର ଛକ ଦେଇ ଭାରିଯାନ ସହରରେ ପ୍ରବେଶ କରୁଛି। ନୂଆ ବସଷ୍ଟାଣ୍ଡ ଓ ଟିଏଲ୍‌ସି ବାଇପାସ୍‌ ଦେଇ ଯିବା ସମୟରେ ପଲ୍ଲା ଛକଠାରୁ ନୂଆବସଷ୍ଟାଣ୍ଡ ମଧ୍ୟରେ ଭିଡ଼ ଜମୁଛି। ଟ୍ରାଫିକ ସମସ୍ୟାକୁ ପୋଲିସ ସୁଧାରିବାରେ ବିଫଳ ହେଉଥିବର ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ଡିଆଇଜି ତଥା ଏସ୍‌ପି ଅବିନାଶ କୁମାର କହିଛନ୍ତି, ସହରର ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଲାଗି ପ୍ରଚେଷ୍ଟା ଜାରି ରହିଛି। ସବୁ ଛକ ସ୍ଥାନରେ ଟ୍ରାଫିକ କନଷ୍ଟେବଲ, ହୋମଗାର୍ଡଙ୍କୁ ମୁତୟନ କରାଯାଇଛି। ତେବେ ଜନତାଙ୍କ ସହଯୋଗ ଆବଶ୍ୟକ। ରାସ୍ତାରେ ବାଇକ ପାର୍କିଂ କରନ୍ତୁ ନାହିଁ। ଟ୍ରାଫିକ ନିୟମ ମାନିିବାକୁ ଡିଆଇଜି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର...

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ...

ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ...

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା, ପୂରଣ ହେଉନି ଅଧିକାରୀ ପଦବୀ

କେନ୍ଦ୍ରାପଡ଼ା,୨୮ା୯ (ଜଗନ୍ନାଥ ଧଳ): ରାଜ୍ୟ ଶାସନର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗତ ୨୨ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା...

ଭଦ୍ରକରେ ଇଣ୍ଟରନେଟ୍‌ ସେବା ବନ୍ଦ: ୧୦ ଗିରଫ

ଭଦ୍ରକ,୨୮।୯: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି।...

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ବାଲେଶ୍ୱର, ୨୮।୯(ବାଞ୍ଛାନିଧି ଦେ): ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri