ଝରିଗାଁ-ଡାବୁଗାଁ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଝରିଗାଁ ୧୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝରିଗାଁ-ଡାବୁଗାଁ ରାସ୍ତାରେ ଏକାଧିକ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ସଦରସ୍ଥିତ ବିଭିନ୍ନ ହୋଟେଲ, ଦୋକାନ ଓ ଘରର ଆଜବେଷ୍ଟସ ନଷ୍ଟ ହୋଇଛି।
ଜୟନ୍ତୀନଗର ସାହିର ପାର ହରିଜନ, ଚମରା ହରିଜନ, ରାଜବତୀ ହରିଜନ ଏବଂ ମଙ୍ଗଳୁ ହରିଜନର ଘରର ଆଜବେଷ୍ଟସ ଚାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସେହିପରି ଉଦଳିଆଗୁଡ଼ା ସାହିରେ ପୀତବାସ ହରିଜନ, ସୋନୁ ହରିଜନ, ପୁସ୍ତମ ହରିଜନ ଏବଂ ତ୍ରିନାଥ ହରିଜନଙ୍କ ଘର ଚାଳ ଉଡ଼ିଯାଇଛି l କେତେକ ସ୍ଥାନରେ ବିଦ୍ୟତ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। କାଳବୈଶାଖୀରେ ଝରିଗାଁ-ଡାବୁଗାଁ ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଅଧିକ କ୍ଷୟକ୍ଷତି ଘଟିଛି। ପ୍ରବଳ ବେଗରେ ପବନ ଯୋଗୁ ପେଟ୍ରୋଲ ପମ୍ପରେ ଲାଗିଥିବା ୧୦ ସୋଲାର ପ୍ଲେଟ ନଷ୍ଟ ହୋଇଯାଇଛି। ସେହିପରି ପମ୍ପ ଅଚଳ ହୋଇପଡ଼ିଛି। ବିଦ୍ୟୁତ୍‌ ତାର ଗୁଡ଼ିକ ମଧ୍ୟ ପବନରେ ଛିଣ୍ଡିଯାଇଛି। ପ୍ରାୟ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର କ୍ଷତି ହୋଇଥିବା ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଝରିଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗଛ କାଟି ରାସ୍ତା ସଫା କରୁଥିବା ଜଣାପଡ଼ିଛି। ସେହିପରି ଝରିଗାଁ-ଉମରକୋଟ ରାସ୍ତାର ମେନ୍ଦାବେଡ଼ା ଗ୍ରାମ ନିକଟ କଲଭର୍ଟ ନିର୍ମାଣ ଯୋଗୁ ଡାଇଭର୍ସନ ରାସ୍ତା ଦେଇ ଗାଡ଼ି ଚଳାଚଳ କରୁଥିବାବେଳେ ପ୍ରବଳ ବର୍ଷା ଯୋଗୁ ଉକ୍ତ ରାସ୍ତାରେ ପାଣି ଜମିଛି। ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଛି। ଝରିଗାଁ-ଉମରକୋଟ ରାସ୍ତା ମଧ୍ୟ ବନ୍ଦ ଥିବାରୁ ଅନ୍ୟ ଏକ ରାସ୍ତାଦେଇ ଗାଡ଼ି ଚଳାଚଳ କରୁଛି। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ପକ୍କାରାସ୍ତା ବଦଳରେ କଚ୍ଚାରାସ୍ତାରେ ଡାଇଭର୍ସନ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଞ୍ଚଳବାସୀ କହିଛନ୍ତି। ଏହାର ସମାଧାନ କରା ନ ଗଲେ ଆଗକୁ ବର୍ଷାରେ ଆହୁରି ସମସ୍ୟା ହେବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ

ନବରଙ୍ଗପୁର,୨୧।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ...

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି...

ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ...

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ: ସିରାଜ ସଭାପତି, ତପନ ସମ୍ପାଦକ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ୨୦୨୫-୨୬ ବର୍ଷ ପାଇଁ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image