Categories: ଫୁରସତ

କୁକୁରମାନଙ୍କ ପାଇଁ ବନ୍ଦ ରହିଲା ଟ୍ରାଫିକ୍‌, ଭିଡିଓ ଦେଖିଲେ…

ପ୍ରକୃତି ଏହି ପୃଥିବୀର ପ୍ରତ୍ୟେକ ଜୀବକୁ ସମାନ କରି ଗଢ଼ିତୋଳିଛି। କିନ୍ତୁ ମଣିଷ ଯେପରି ବିକଶିତ ହେଲା, ସେ ପ୍ରକୃତିର ପ୍ରତ୍ୟେକ ଉତ୍ସ ଉପରେ ନିଜର ଅଧିକାର ଜାହିର କଲା। ମଣିଷ ଅନ୍ୟ ଜୀବଜନ୍ତୁଙ୍କ ସ୍ବାଧୀନତାକୁ ଉଲ୍ଲଘଂନ କରୁଥିବାର ଦେଖିବାକୁ ମିଳେ। ତଥାପି ଏହି ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟ ଜୀବମାନଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି। ନିକଟରେ ଟ୍ରାଫିକ୍‌ ପୋଲିସର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରାସ୍ତାରେ ଯାଉଥିବା କୁକୁରମାନଙ୍କ ପାଇଁ ଟ୍ରାଫିକ୍‌ ବନ୍ଦ କରି ଦେଉଛନ୍ତି।

ଭାଇରାଲ ହଗ୍‌ ନାମକ ଏକ ଇନ୍‌ଷ୍‌ାଗ୍ରାମ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଟ୍ରାଫିକ ପୋଲିସର ଉଦାରତା ଦେଖିବାକୁ ମିଳିଛି। ଅନେକ ସମୟରେ ପଶୁମାନେ ରାସ୍ତାରେ ବୁଲୁଥିବା ଦେଖାଯାଏ। ଯଦି ସେମାନେ ରାଜପଥକୁ ଚାଲିଆସନ୍ତି, ତେବେ ସେମାନେ ବଡ଼ ଗାଡ଼ି ସହିତ ଧକ୍କା ହୋଇ ମୃତ୍ୟୁବରଣ କରିଥାନ୍ତି। ଏଭଳି ପରିସ୍ଥିତିରେ ସେହି ପଶୁମାନଙ୍କ ରାସ୍ତା ପାର ହେବା ପାଇଁ ଅନେକ ରାଜପଥ ନିକଟରେ ମାର୍ଗ ପ୍ରସ୍ତୁତ କରାଯାଇଛି। କିନ୍ତୁ ସହରଗୁଡ଼ିକରେ ଏହି ବ୍ୟବସ୍ଥା ନାହିଁ। ଏହି କାରଣରୁ ଭିଡିଓରେ ଦେଖାଯାଇଥିବା ଟ୍ରାଫିକ ପୋଲିସ ଏହି ଅନନ୍ୟ କାର୍ଯ୍ୟ କରିଛନ୍ତି। ଏହି ଭିଡିଓ ଆଲାସ୍କାର ଅଟେ।

ଭିଡିଓରେ, ରାସ୍ତାରେ ଏକ ଟ୍ରାଫିକ ସଙ୍କେତ ଦେଖାଯାଉଛି। ଏକ ସିଗ୍‌ନାଲରେ ଅଟକି ରହିଥିବା କାର୍‌ରୁ ଭିଡିଓ ଶୁଟିଂ କରାଯାଇଛି। ବାହାରେ ଜଣେ ଟ୍ରାଫିକ ପୋଲିସ ରାସ୍ତା ପାର୍‌ ହେବା ପାଇଁ ଅପେକ୍ଷା କରିଛିନ୍ତି। ହଠାତ୍‌ ଏକ ଦଉଡିରେ ବନ୍ଧା ହୋଇଥିବା କୁକୁରଗୁଡ଼ିକ ରାସ୍ତା ପାର ହେଉଥିବା ଦେଖାଯାଏ। ତା’ପରେ ଜଣାପଡ଼ଛି, କେବଳ କୁକୁରମାନଙ୍କ ପାଇଁ ଟ୍ରାଫିକ ବନ୍ଦ ହୋଇଯାଇଥିଲା। ସମସ୍ତେ ଜେବ୍ରା କ୍ରସିଂ ସାହାଯ୍ୟରେ ଟ୍ରାଫିକ ଅତିକ୍ରମ କରୁଛନ୍ତି। ସେହି କୁକୁରମାନଙ୍କ ପଛରେ, ସେମାନଙ୍କର ମାଲିକ ଏକ ବୋର୍ଡରେ ଠିଆ ହୋଇଥିବା ଦେଖାଯାଏ। କୁକୁରମାନେ ତାଙ୍କୁ ଟାଣି ନେଇ ଆଗକୁ ନେଉଛନ୍ତି।

ଏହି ଭିଡିଓ ପାଖାପାଖି ୨ ଲକ୍ଷ ଭ୍ୟୁ ପାଇଥିବାବେଳେ ଅନେକ ଲୋକ ମନ୍ତବ୍ୟ ମାଧ୍ୟମରେ ନିଜ ନିଜର ମତାମତ ରଖିଛନ୍ତି। ଜଣେ ୟୁଜର କହିଛନ୍ତି, ସାନ୍ତା କ୍ଲଜ ରାସ୍ତା ପାର୍‌ ହେଉଥିବା ପରି ଦେଖାଯାଉଛି। ଜଣେ କହିଛନ୍ତି, ପୋଲିସ ଯାତାୟାତ ବନ୍ଦ କରିବା ଏକ ଆଶ୍ଚର୍ଯ୍ୟଜନକ କଥା। ଅନେକ ଲୋକ ଭିଡିଓରେ ହାର୍ଟ ଇମୋଜି ଦେଇ ଏହ ଦୃଶ୍ୟକୁ ସ୍ବାଗତ କରିଛନ୍ତି।

Share