ଟୁଇନ୍‌ ସିଟିରେ ସନ୍ଧ୍ୟା ୬ଟାରୁ ୨ ମିନିଟ୍‌ ବନ୍ଦ ରହିବ ଟ୍ରାଫିକ୍‌, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୫।୮(ବ୍ୟୁରୋ): ବୁଧବାର ଟୁଇନ୍‌ ସିଟି ଭୁବନେଶ୍ୱର ଏବଂ କଟକରେ ୨ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ। କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ନିରବ ପ୍ରାର୍ଥନା ଲାଗି ସନ୍ଧ୍ୟା ୬ଟାରୁ ୬ଟା ୨ ପର୍ଯ୍ୟନ୍ତ ଟ୍ରାଫିକ ବନ୍ଦ ରହିବ। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ଏଥିସହ ଗୋଟିଏ ମିନିଟ ନିରବ ପ୍ରାର୍ଥନା ପାଇଁ ମଧ୍ୟ ଅପିଲ କରାଯାଇଛି।

Share