ଲୁହାରଡ୍‌ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍‌ପି

ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍‌ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ କରିଛି। ଟ୍ରକ୍‌ ଡ୍ରାଇଭର ତଥା ମଧ୍ୟପ୍ରଦେଶର ଦିନଦୋରୀ ଜିଲା ବଗାଗ ଥାନା ପିନ୍ଦ୍ରୁକ୍ଷି ଅଞ୍ଚଳର ବିଜୟ ଗାବଲେ(୨୪) ଓ ହେଲପର ତଥା ମଧ୍ୟପ୍ରଦେଶ ସାଣ୍ଢୋଲ ଜିଲା କାରି ଗ୍ରାମର ବିନୋଦ ମାଝି(୪୫)ଙ୍କୁ ଗିରଫ କରାଯାଇଛି। ଜବତ ଟ୍ରକ୍‌ ନଂ ଏମ୍‌ପି୧୮ଜିଏ-୨୭୩୬ରେ ଲୁହାରଡ ପରିବହନ ହେଉଥିଲା।

ତେବେ ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଉକ୍ତ ଟ୍ରକ୍‌ରେ ଗଞ୍ଜେଇ ମଧ୍ୟ ଚାଲାଣ କରାଯାଉଥିଲା। ତନଖି ସମୟରେ ୧୧ଟି ଜରି ବସ୍ତାରେ ଥିବା ମୋଟ ୩ କୁଇଣ୍ଟାଲ ୭୫କିଲୋ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୭ଲକ୍ଷ ୫୦ହଜାର ଟଙ୍କା ହେବ। ସେହିପରି ଟ୍ରକ୍‌ ଡାଲାରୁ ୨୪ଟନ ୯୬୦କିଲୋ ଟିଏମ୍‌ଟି ବାର ଆଇରନ ରଡ ଜବତ ହୋଇଛି। ଜବତ ରଡର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ସୁବର୍ଣ୍ଣପୁର ଏସ୍‌ପି ୟଶପ୍ରତାପ ଶ୍ରୀମାଲ୍‌ ସୋମବାର ସୋନପୁର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ ଟ୍ରକ୍‌ରେ ସମ୍ବଲପୁର ଲାପାଙ୍ଗା ସ୍ଥିତ ଶ୍ୟାମ ମେଟାଲିକ୍ସରୁ ଲୁହା ରଡ ବୋଝେଇ ହୋଇଥିଲା। ରଡ ସମ୍ବଲପୁରରୁ ମଧ୍ୟପ୍ରଦେଶର ଜବଲପୁରକୁ ଯାଉଥିଲା। ତେବେ ଗଞ୍ଜେଇ ଚୋରାଚାଲାଣକାରୀ ଟ୍ରକ୍‌କୁ ଗଞ୍ଜେଇ ପରିବହନରେ ବ୍ୟବହାର କରିଥିଲେ। ଟ୍ରକ୍‌ ସମ୍ବଲପୁରରୁ ବୌଦ୍ଧ ଜିଲାର କଣ୍ଟାମାଳକୁ ଆସିଥିଲା। କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ବୋଝେଇ ପରେ ଟ୍ରକ୍‌ ସୁବର୍ଣ୍ଣପୁର ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା।

ସୋନପୁର ଆଇଆଇସି ଲୋକନାଥ ସାହୁଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଏକ ନିର୍ଦ୍ଦିଷ୍ଟ ଟ୍ରକ୍‌ରେ ବୌଦ୍ଧ ଜିଲାରୁ ସୁବର୍ଣ୍ଣପୁର ସହର ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ କରାଯାଉଛି। ଏସମ୍ପର୍କରେ ସେ ଏସ୍‌ପିଙ୍କୁ ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଟିମ୍‌ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଗି ରହିଥିଲେ। ପୋଲିସ ଟିମ୍‌ ଟ୍ରକ୍‌କୁ ଅଟକ ରଖି ତନଖି କରିବା ପରେ ଲୁହା ରଡ ସହ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ପୋଲିସ ଟ୍ରକ୍‌, ଗଞ୍ଜେଇ, ଲୁହା ରଡ, ହେଲପର ଓ ଡ୍ରାଇଭରଙ୍କ ନିକଟରୁ ୨ଟି ମୋବାଇଲ ଜବତ କରିବା ସହ ଉଭୟଙ୍କ କୋର୍ଟଚାଲାଣ କରିଛି। ଖବରଦାତା ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ସୋନପୁର ଆଇଆଇସି ଲୋକନାଥ ସାହୁ ଉପସ୍ଥିତ ଥିଲେ।

ଟ୍ରକ୍‌ରେ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ସମେତ ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି। ଗଞ୍ଜେଇ ଚାଷ ଓ ପରିବହନ ପଛରେ ପଡୋଶୀ ବୌଦ୍ଧ ଜିଲା ଓ ବାହାରେ ଏକ ବଡ ର଼୍ୟାକେଟ୍‌ କାମ କରୁଛି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଗଞ୍ଜେଇ ବିକ୍ରେତା ଓ ପରିବହନକାରୀଙ୍କ ଅର୍ଥନୈତିକ କାରବାର ସମ୍ପର୍କରେ ତଦନ୍ତ କରାଯିବ ବୋଲି ଏସ୍‌ପି ୟଶପ୍ରତାପ ଶ୍ରୀମାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସୂଚନା...

ଟ୍ରେନ୍‌ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ୧୫ ଦିନ ବିତିଲା, ସମିତିସଭ୍ୟ-ସରପଞ୍ଚଙ୍କୁ ଭୟଭୀତ ପାଇଁ କୂଟଚକ୍ରାନ୍ତ

କେସିଙ୍ଗା,୧୮ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପାଧ୍ୟକ୍ଷା ରାଜଲଷ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜକୁ ୧୫ଦିନ ବିତି ଗଲାଣି। ପ୍ରଶାସନିକସ୍ତରରେ ନୋଟିସ୍‌...

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri