ଗାଡ଼ିରେ ପୋଲିସ ଲେଖି ଗଞ୍ଜେଇ ଚାଲାଣ

ମୋହନା,୬।୧୨(ମନ୍ମଥ ମିଶ୍ର): ଗାଡିରେ ପୋଲିସ ଲେଖି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗାଡି ସହ ୨ ଜଣଙ୍କୁ କାବୁ କରିଛି ମୋହନା ପୋଲିସ। ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନିକଟସ୍ଥ ଅଠରନଳାଠାରେ ପୋଲିସ ଲେଖାଥିବା ଏକ ଝାଡଖଣ୍ଡର ଗାଡ଼ି (ଜେଏଚ୍‌୦୧ ଇଏଫ ୨୯୦୬)କୁ ଅଟକାଇ ପ୍ରଥମେ ପଚରାଉଚରା କରିଥିଲା। ପରେ ସନ୍ଦେହରେ ଗାଡିକୁ ଯାଞ୍ଚ କଲାବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପୋଲିସ ଗାଡ଼ିରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ କେସ ନଂ ୨୦୦/୨୩ରେ ମାମଲା ରୁଜୁକରି ଅଭିଯୁକ୍ତ ଝାଡଖଣ୍ଡର ଅରୁଣ ଭରତ ଓ ସୁନୀଲ କୁମାର ଯାଦବକୁ ଗିରଫ କରିଛି। ଉକ୍ତ ଗଞ୍ଜେଇ କେଶରୀଗୁଡା ଅଞ୍ଚଳରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି।