ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ଭୁବନେଶ୍ୱର ବରମୁଣ୍ଡା ଓଭର ବ୍ରିଜ ଉପରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେଲରକୁ ପଛପଟୁ ମାଲ ବୋଝେଇ ଟ୍ରକ ଧକ୍କା ଦେବାରୁ କ୍ୟାବିନ ଭିତରେ ଟ୍ରକ ଡ୍ରାଇଭର ଚାପି ହୋଇ ରହିଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।