ହାଇଦ୍ରାବାଦ,୧ା୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ସିପ୍ୟାର୍ଡରେ ଶନିବାର ଏକ ଭୟଙ୍କର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜାହାଜରେ ସାମଗ୍ରୀ ଲୋଡିଂ ପାଇଁ କ୍ରେନ୍ ସାହାଯ୍ୟରେ ଶ୍ରମିକମାନେ ଉଠାଉଥିବା ବେଳେ ଏହା ହଠାତ୍ ଖସିପଡ଼ିଥିଲା। ଏହି ଓଜନିଆ କ୍ରେନ୍ ଖସି ପଡ଼ିବାରୁ ବହୁ ଲୋକ ଏହା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଯାଇଛି।
ଏ ସମ୍ପର୍କରେ ଡିସିପି ସୁରେଶ ବାବୁ କହିଛନ୍ତି ଯେ, ହିନ୍ଦୁସ୍ତାନ ସିପ୍ୟାର୍ଡ କମ୍ପାନୀରେ କ୍ରେନ୍ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଧନଜୀବନ ହାନିର ସଠିକ୍ ଆକଳନ କରାଯାଇପାରିନାହିିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।