ଚାମୋଲି,୧୮।୧୧: ଉତ୍ତରପ୍ରଦେଶର ଚାମୋଲିଠାରେ ଶୁକ୍ରବାର ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଠାରେ ଏକ ବୋଲେରୋ ପ୍ରାୟ ୭୦୦ ମିଟର ଗଭୀର ଖାଲରେ ଖସି ପଡ଼ିଯାଇଥିଲା। ଫଳରେ ଗାଡ଼ିରେ ଯାତ୍ରା କରୁଥିବା ୧୦ ପୁରୁଷ ଏବଂ ୨ ମହିଳାଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏବଂ ଏସ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡ଼ିରେ ୧୨-୧୩ ଜଣ ଯାତ୍ରା କରୁଥିବା ଅନୁମାନ କରାଯାଉଥିଲା। ଶେଷରେ ୧୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।