Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗୋଟିଏ ଗାଁର ୧୪ ଜଣଙ୍କ ମୃତ୍ୟୁ…

ଡେରାଡୁନ୍‌,୩୧।୧୦:

ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଏକମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁର ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଚକରାତାର ବିକାଶ ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ବସ୍‌ରେ ୨୫ ଜଣ ଲୋକ ଯାଉଥିବାବେଳେ ଏହା ନିୟନ୍ତ୍ରଣ ହରାଇ ପାହାଡ଼ିଆ ରାସ୍ତାରେ ଥିବା ଖାଇରେ ଖସିପଡ଼ିଥିଲା।

ସମସ୍ତ ମୃତ ଯାତ୍ରୀ ବାୟଲା ଗାଁର ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ବସ୍‌ରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଥିବାରୁ ଏଭଳି ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଘାଟିରେ ମୃତଦେହଗୁଡ଼ିକ ବିଛାଡ଼ି ହୋଇ ପଡ଼ିଛି। ଏହି ରୁଟ୍‌ରେ କମ୍‌ ବସ୍‌ ଚଳାଚଳ କରୁଥିବାରୁ ଅଧିକ ସଂଖ୍ୟକ ଲୋକେ ବସ୍‌ରେ ଯାତ୍ରା କରୁଥିବା ପୋଲିସ କହିଛି।

Share