ମର୍ମନ୍ତୁଦ ସଡକ ଦୁର୍ଘଟଣା:ଚାଲିଗଲା ୨୨ ଜୀବନ

ଇସଲାମବାଦ: ପାକ ଅଧିକୃତ କାଶ୍ମୀର ତଥା ପିଓକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।
ନାଳକୁ ବସ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୁଧବାର ପିଓକେ ସୁଧନୋତିର ବାଲୋଚରୁ ପଞ୍ଜାବ ରାୱଲପିଣ୍ଡିକୁ ଏକ ଯାତ୍ରୀବାହୀ ବସ ଯାଉଥିଲା । ଏହି ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବସ୍‌ଟି ୫୦୦ ମିଟର ତଳକୁ ଖସି ନାଳରେ ପଡି ଯାଇଥିଲା । ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବସ ଚାଳକଙ୍କ ଅସବଧାନତା ଏବଂ ରାସ୍ତା ସମସ୍ୟା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Share