ନୋଏଡା,୨୪।୨: ଯମୁନା ଏକ୍ସପ୍ରେସ୍ଓ୍ବେରେ ମଙ୍ଗଳବାର-ବୁଧବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ବୃନ୍ଦାବନ ଦର୍ଶନ ସାରି ଇନୋଭାରେ ଘରକୁ ଫେରୁଥିଲେ। ତେବେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଇନୋଭା ସହିତ ଦ୍ରୁତଗତିରେ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଇନୋଭା ଭାଙ୍ଗିରୁଜି ଯିବା ସହିତ ଏଥିରେ ଥିବା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୟାଙ୍କରର ଟାୟାର ଫାଟି ଯିବାରୁ ଏଭଳି ଘଟିଛି। ମୃତକମାନେ ହରିୟାଣାର ଜିନ୍ଦ ସହରର ବାସିନ୍ଦା। ଖବର ପାଇ ଏସଏସପି ଗୌରବ ଗ୍ରୋଭରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।