Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ପାଟନା,୨୩।୫:ବିହାରର ପୂର୍ନିଆ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗରୁ ଜାମୁଇକୁ ଯାଉଥିବା ଟ୍ରକଟି ହଠାତ୍‌ ପୂର୍ନିଆରେ ଓଲଟି ପଡିଥିଲା।
ସୂଚନାଯୋଗ୍ୟ,ପୂର୍ନିଆ ଜିଲାର ଜଲାଲଗଡ ପୋଲିସ ଷ୍ଟେଶନର ସୀମା କାଳୀ ମଣ୍ଡପ ନିକଟରେ ଏହି ଘଟଣା ଘଟିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆହତମାନଙ୍କୁ ଡାକ୍ତରଖାନା ପଠାଇବା କାମ ଚାଲିଛି।

Share