Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ

ଗ୍ବାଲିୟର୍‌,୨୩।୩: ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗ୍ବାଲିୟରର ପୁରୁଣା କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେଶନ ଅଞ୍ଚଳରେ ମଙ୍ଗଳବାର ସକାଳେ ବସ ଏବଂ ଅଟୋ ମଧ୍ୟରେ ପ୍ରବଳ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ମୃତକମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ଜଣେ ଅଟୋ ଡ୍ରାଇଭର ଏଥିରେ ସମ୍ପୃକ୍ତ ଅଛନ୍ତି। ସୂଚନାଯୋଗ୍ୟ, ମୃତ ମହିଳାମାନେ ଅଙ୍ଗନୱାଡି ପାଇଁ ଖାଦ୍ୟ ରାନ୍ଧୁଥିଲେ। ସମସ୍ତେ ସେମାନଙ୍କର କାର୍ଯ୍ୟ ସମାପ୍ତ କରି ଅଟୋରେ ଘରକୁ ଫେରୁଥିଲେ। ଏଥିସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

 

Share