ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ମା’-ପୁଅ ଗୁରୁତର

ହାଟଡିହୀ,୨୫l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର- ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ହାଟଡିହୀ ବ୍ଲକ ଅଣା ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଏଥିରେ ମା’-ପୁଅ ଗୁରୁତର ହୋଇଛନ୍ତି l ସୂଚନା ଅନୁଯାୟୀ ଅକରୁଆ ପଞ୍ଚାୟତ ଘୋଷରାପଦା ଗାଁର ବର୍ଷା ରାଣୀ ଜେନା (୪୯ ବର୍ଷ) ଏବଂ ତାଙ୍କ ପୁଅ କାହ୍ନା ଜେନା (୨୩ ବର୍ଷ) ସାଇକେଲ ଯୋଗେ ନିକଟସ୍ଥ ବ୍ୟାଙ୍କକୁ ଯାଉଥିଲେ। ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ୱାଗନର ଗାଡ଼ି (ନଂ ଓଡ଼ି ୦୧ ଏଜେ ୧୬୭୫) ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା l ଫଳରେ ସାଇକେଲରୁ ମା’ ଏବଂ ପୁଅ ବହୁ ଦୁରକୁ ଛିଟିକି ପଡ଼ିଥିଲେ। ମା’-ପୁଅ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୱାଗନର ଗାଡ଼ି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି l


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନଙ୍କ ପୀଠରେ ୧୦୮ ହନୁମାନ ଚାଳିଶା:ରାମ ନାମରେ କମ୍ପିଲା ପୀଠ

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ):ଗଞ୍ଜାମ ସହର ଗ୍ରାସୀମ କମ୍ପାନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶନିବାର ୧୦୮ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଥିଲା l ରାମନାମରେ ପ୍ରକମ୍ପିତ ହୋଇଥିଲା...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ) – ଏକ ବଡ ଧାରଣର ଆର୍ଥିକ ଅନିୟମିତତା ମାମଲାରେ ଶନିବାର ଭିଜିଲାନ୍ସ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର...

ଦାରିଙ୍ଗବାଡ଼ି ଓକିଲ ସଂଘ ନିର୍ବାଚନ ଶେଷ: ପ୍ରଦୀପ ସଭାପତି, ଇନ୍ଦ୍ରମଣୀ ସମ୍ପାଦକ

ଦାରିଙ୍ଗବାଡି, ୨୯।୩ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ପଦବୀ ସଭାପତି ଭାବେ...

ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ଚାଲିଛି ଭୋଟ, ୩ଟାରୁ ଆରମ୍ଭ ହେବ ଗଣତି

ଭଦ୍ରକ, ୨୯। ୩(ସନାତନ ରାଉତ)- ଭଦ୍ରକ ପୁରୁଣା କୋର୍ଟ ପରିସରରେ ଶନିବାର ପୂର୍ବାହ୍ନ ୭ ଟାରୁ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହେଉଛି । ଅପରାହ୍ନ...

ହାଇକୋର୍ଟ ବାର୍‌ ନିର୍ବାଚନ: ୭ଟି ପଦ ପାଇଁ ୪୦ପ୍ରାର୍ଥୀ

କଟକ,୨୯।୩: ଆଜି ଆଇନଜୀବୀମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ବାର୍‌ରେ ଆଜି ନିର୍ବାଚନ ହେଉଛି। ୨୦୨୧ ମସିହା ଠାରୁ ପ୍ରତ୍ୟକ ବାର୍‌ରେ ଗୋଟିଏ...

ପୁରୀ ବାର୍‌ ଆସୋସିଏଶନ୍‌ରେ ଚାଲୁରହିଛି ମତଦାନ

ପୁରୀ,୨୯ା୩: ଶନିବାର ରାଜ୍ୟର ୧୫୬ ବାର୍‌ରେ ନିର୍ବାଚନ ଅନୁଷ୍ଠିତ ହେଉଛି। କାର୍ଯ୍ୟରତ ଆଇନଜୀବୀମାନେ ଏହି ନିର୍ବାଚନରେ ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ବାର୍‌...

କାର ଧକ୍କାରେ ବାଟୋଇଙ୍କ ମୃତ୍ୟୁ

ବ୍ରହ୍ମପୁର, ୨୯।୩( ସୁବାସ ଚନ୍ଦ୍ର ପାଢ଼ୀ): ମରଣଜନ୍ତା କୁହାଯାଉଥିବା ଜାତୀୟ ରାଜପଥ ଖଜୁରିଆ ବାଇପାସରେ ଶନିବାର ଏକ କାର ଧକ୍କାରେ ଜଣେ ବାଟୋଇଙ୍କ ଜୀବନ ଚାଲିଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image