Advertisement

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ମା’-ପୁଅ ଗୁରୁତର

ହାଟଡିହୀ,୨୫l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର- ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ହାଟଡିହୀ ବ୍ଲକ ଅଣା ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଏଥିରେ ମା’-ପୁଅ ଗୁରୁତର ହୋଇଛନ୍ତି l ସୂଚନା ଅନୁଯାୟୀ ଅକରୁଆ ପଞ୍ଚାୟତ ଘୋଷରାପଦା ଗାଁର ବର୍ଷା ରାଣୀ ଜେନା (୪୯ ବର୍ଷ) ଏବଂ ତାଙ୍କ ପୁଅ କାହ୍ନା ଜେନା (୨୩ ବର୍ଷ) ସାଇକେଲ ଯୋଗେ ନିକଟସ୍ଥ ବ୍ୟାଙ୍କକୁ ଯାଉଥିଲେ। ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ୱାଗନର ଗାଡ଼ି (ନଂ ଓଡ଼ି ୦୧ ଏଜେ ୧୬୭୫) ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା l ଫଳରେ ସାଇକେଲରୁ ମା’ ଏବଂ ପୁଅ ବହୁ ଦୁରକୁ ଛିଟିକି ପଡ଼ିଥିଲେ। ମା’-ପୁଅ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୱାଗନର ଗାଡ଼ି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି l

Subscribe to Dharitri WhatsApp ChannelSubscribe to Dharitri WhatsApp Channel