Categories: ଜାତୀୟ

ଜାତୀୟ ରାଜପଥ-୧୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଆଗ୍ରା,୧୧।୩: ଉତ୍ତରପ୍ରଦେଶ ଆଗ୍ରାର ଜାତୀୟ ରାଜପଥ-୧୯ରେ ଗୁରୁବାର ଭୋର୍‌ ୫ଟା ୧୫ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୩ ଜଣ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତ୍ମାଦପୁରରୁ ଆସୁଥିବା ଏକ ସ୍କୋର୍ପିଓ ନିୟନ୍ତ୍ରଣ ହରାଇ ରୋଡ୍‌ ଡିଭାଇଡରରେ ପିଟି ହୋଇ ଅନ୍ୟ ପଟକୁ ଚାଲିଯାଇଥିଲା। ରାମବାଗ ଦିଗରୁ ଆସୁଥିବା କଣ୍ଟେନରକୁ ସ୍କୋର୍ପିଓ ଧକ୍କା ଦେଇ ଓଲଟି ପଡ଼ିଥିଲା। ସ୍କୋର୍ପିଓରେ ଚାଳକଙ୍କ ସମେତ ୧୨ ଜଣ ଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ କଣ୍ଟେନର ଚାଳକ ଏବଂ କ୍ଲିନର ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ କହାଯାଇଛି। ଦୁର୍ଘଟଣା ପରେ ସ୍କୋର୍ପିଓର ଝରକା କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

Share