ଯୁଦ୍ଧର କରୁଣ ଦୃଶ୍ୟ, ମାରିଆପୁଲ ରାସ୍ତାରେ ପଡ଼ି ରହିଛି ମୃତଦେହ…

କ୍ୱିଭ୍‌, ୧୩।୬ : ୟୁକ୍ରେନ୍‌ର ବନ୍ଦର ସହର ମାରିଆପୁଲରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସହରର ରାସ୍ତାଘାଟରେ ମୃତଦେହଗୁଡ଼ିକ ପଡ଼ି ରହିଛି। ଯୁଦ୍ଧର ଏଭଳି କରୁଣ ଦୃଶ୍ୟ ବହୁ ଲୋକଙ୍କୁ ଭାବୁକ କରିଛି। ପଚାସଢ଼ା ମୃତଦେହ ଯୋଗୁ ସହରରେ ଆଗାମୀ ଦିନରେ ବିଭିନ୍ନ ସଂକ୍ରମକ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଥିବା

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦୂଷିତ ପରିବେଶ ଯୋଗୁ ସହରରେ ହଇଜା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥିବା ବିଶେଷଜ୍ଞ ମତ ପୋଷଣ କରିଛନ୍ତି।

କୋଠାଗୁଡ଼ିକ ଧରାଶାୟୀ ହେବା ସହିତ ଚାରିଆଡ଼ ଏକ ଖାଁ ଖାଁ ପରିବେଶ ଦେଖିବାକୁ ମିଳୁଛି। କେତେକ ଲୋକ ଭଙ୍ଗା ରୁଜା ଘରେ ସହାୟତା ପାଇଁ ଅପେକ୍ଷା କରି ପଡ଼ି ରହିଛନ୍ତି। ସେମାନଙ୍କୁ ଶୀଘ୍ର ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜାତିସଂଘ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

ଏହା ସହିତ ରୁଷିଆ ଏବଂ ୟୁକ୍ରେନ୍‌ର ଆହତ ସୈନ୍ୟଙ୍କୁ ଉପଯୁକ୍ତ ସହାୟତା ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଉଛି।

Share