ମର୍ମନ୍ତୁଦ ରେଳ ଦୁର୍ଘଟଣା: ୫୦ରୁ ଅଧିକଙ୍କ ଜୀବନ ଗଲା…

କରାଚି,୭।୬: ପାକିସ୍ତାନରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଘୋଟକି ଅଞ୍ଚଳର ରେତି ଏବଂ ଡହାରକି ଷ୍ଟେଶନ ମଧ୍ୟରେ ସାର୍‌ ସୟଦ ଏକ୍ସପ୍ରେସ୍‌ ମିଲ୍ଲତ ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି। ବହୁ ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗ ଉଚ୍ଚ ଅଧିକାରୀ ପହଞ୍ଚିଛନ୍ତି। ଦୁର୍ଘଟଣା କିପରି ହେଲା ତାହାର ଯାଞ୍ଚ୍‌ ଜାରି ରହିଛି।

Share