ଟ୍ରେଲର-ବାଇକ୍‌ ଧକ୍କା, ଜଣଙ୍କ ଜୀବନ ଗଲା

ରାଇରଙ୍ଗପୁର,୧୨ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ହଳଦା ଥାନା ଅନ୍ତର୍ଗତ ହଳଦା ନିକଟସ୍ଥ ପେଟ୍ରୋଲ ପମ୍ପ୍‌ ପାର୍ଶ୍ୱ ୨୨୦ ନଂ ଜାତୀୟ ରାଜପଥ ରାସ୍ତାରେ ଆଜି (ବୁଧବାର) ଏକ ଟ୍ରେଲର ନଂ (୦୧ଏଲ୍‌ ଏଚ-୮୩୩୦) ସେ ବାଇକ୍‌ ନଂ/ଜେ -ଏଚ୍‌-୦୫କେ-୭୪୭୩ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଅବସ୍ଥାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତ ବାଇକ୍‌ ଆରୋହୀ ତିରିଙ୍ଗ ଥାନା ଅନ୍ତର୍ଗତ ସାନ ଗାଗାରା ଗ୍ରାମର ରେଙ୍ଗା ଟୁଡୁ ବୋଲି ଜଣାଯାଇଛି। ଖବରପାଇ ପୋଲିସ ମୃତ ଯୁବକ ରେଙ୍ଗାଙ୍କ ମୃତଦେହ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ପକ୍ଷରୁ କେସ୍‌ ନଂ ୮୪/୨୩ରେ ଏକ ମାମଲା ରୁଜୁ ସହ ବାଇକ୍‌ ଏବଂ ଟ୍ରେଲରକୁ ଜବତ କରାଯାଇଛି।