Categories: ଜାତୀୟ

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେନ୍‌ ଧକ୍କାରେ ୧୨ ମୃତ, ଅନେକ ଆହତ

ରାଞ୍ଚି,୨୮ା୨: ଜାମତରା-କର୍‌ମାତାଣ୍ଡ ରେଳ ବିଭାଗର କଳାଝରିଆ ନିକଟରେ ଟ୍ରେନ୍‌ ଧକ୍କାରେ ବୁଧବାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବେଙ୍ଗାଲୁରୁ-ଯଶବନ୍ତପୁର ଏକ୍ସପ୍ରେସ ଡାଉନ ଲାଇନରେ ଯାଉଥିବା ବେଳେ ଲାଇନ ପାର୍ଶ୍ୱରେ ପକାଯାଇଥିବା ବୋଲ୍‌ଡର ଗୁଣ୍ଡ ଉଡ଼ିଥିଲା। ଡ୍ରାଇଭର ଅନୁଭବ କଲେ ଯେ, ଟ୍ରେନରେ ନିଆଁ ଲାଗିଛି ଏବଂ ଧୂଆଁ ବାହାରୁଛି।  ଟ୍ରେନ୍‌ ଅଟକାଇବା ମାତ୍ରେ ଯାତ୍ରୀମାନେ ମଧ୍ୟ ଓହ୍ଲାଇଥିଲେ। ଏହି ସମୟରେ ଯାଉଥିବା ଇଏମ୍‌ୟୁ ଟ୍ରେନ ଧକ୍କା ଦେଇଥିବାରୁ ଉକ୍ତ ଯାତ୍ରୀମାନଙ୍କର ମୃତ୍ୟୁ ଘଟିଛି।

Share