
ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍ର ଇଞ୍ଜିନ ରେଳ ଧାରଣାରୁ ଖସି ଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି । ରେଳ ଇଞ୍ଜିନ ଟ୍ରାକକୁ ଉଠାଇବା ପାଇଁ ରେଳ ବିଭାଗ କର୍ତ୍ତୃପକ୍ଷ ନାଲକୋ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ ରେଳ ବିଭାଗର କୌଣସି ଅସୁବିଧା ହେବ ନାହିଁ ବୋଲି କୋରାପୁଟ ରେଳ
କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।