ବାଲେଶ୍ୱର ଅଫିସ,୬।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଦୁର୍ଘଟଣାରେ ରେଳ ମନ୍ତ୍ରାଳୟର ଆବେଦନ ଆଧାରରେ କଲା ସିବିଆଇ ମାମଲା ରୁଜୁ କରିଛି। ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ତଦନ୍ତ ଭାର ନେଇଛି ସିବିଆଇ । ଘଟଣାକୁ ନେଇ ପୂର୍ବରୁ ବାଲେଶ୍ବର ଜିଆରପି ଥାନାରେ ମାମଲା ରୁଜୁ ହୋଇଥିଲା । ସକାଳୁ ବାହାନଗା ଷ୍ଟେସନରେ ସିବିଆଇର ୧୦ ଜଣିଆ ଟିମ ଛାନବିନ କରିଥିଲା ।
ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଷ୍ଟେଶନ ମ୍ୟାନେଜରଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ପଚରାଉଚରା କରାଯାଇଥିଲା । ସିବିଆଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି ।