ନୂଆଦିଲ୍ଲୀ,୩।୬: ଓଡିଶାର ବାଲେଶ୍ୱରଠାରେ ଶୁକ୍ରବାର ସାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ଦେଶରେଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ସନ ମୋଡକୁ ଆସିଛନ୍ତି, ଏ ପର୍ଯ୍ୟନ୍ତ ହୋଇଥିବା ଉଦ୍ଧାର କାର୍ଯ୍ୟ ବିଷୟରେ ଜାଣିବା ପାଇଁ ସେ ଏକ ଜରୁରୀ ବୈଠକ ଡାକିଥିବା ସୂଚନା ମିଳିଛି।