ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା: ୩୩ ମୃତ

କରାଚୀ,୭ା୮ : ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ରବିବାର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୮୦ ଜଣ ଆହତ ହୋଇଛନ୍ତି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍‌ ଟ୍ରେନ୍‌ ସିନ୍ଧ୍‌ ପ୍ରଦେଶ ନଓ୍ବାବଶାହ ଜିଲାର ସର୍‌ହରି ଷ୍ଟେଶନରେ ଲାଇନ୍‌ଚ୍ୟୁତ ହୋଇଥିଲା। କ୍ଷତିଗ୍ରସ୍ତ ବଗିରୁ ମୃତାହତମାନଙ୍କୁ ବାହାର କରାଯାଇଥିବାବେଳେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମୁଦାୟ ୧୦ ବଗି ଲାଇନଚ୍ୟୁତ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଶତାଧିକ ପୋଲିସ କର୍ମଚାରୀଙ୍କ ସମେତ ସେନା ଯବାନଙ୍କୁ ସାମିଲ କରାଯାଇଛି। ଟ୍ରେନ୍‌ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡ଼ିନାହିଁ। କେହି ଜାଣିଶୁଣି ଏଭଳି କରିଛି କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଛି ବୋଲି ରେଳ ଓ ବିମାନ ଚଳାଚଳ ମନ୍ତ୍ରୀ ଖାଓ୍ବାଜା ସାଦ୍‌ ରଫିକ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

Share