କାଠମାଣ୍ଡୁ,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାୟ ୨୩୩ ଜଣ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଭାରତର ଓଡିଶାରେ ଏକ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖିତ। ଶୋକସନ୍ତପ୍ତ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି। ସେହିପରି ଆମେରିକା ରାଷ୍ଟ୍ରଦୂତ ଏରିକ ଗାରସେଟି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।